କାମାକ୍ଷାନଗର,(ରିତେଶ ବ୍ରହ୍ମା): କାମାକ୍ଷା ନଗର ରେଙ୍ଗାଳି ବାମପାର୍ଶ୍ଵ ପାଣି ପଂଚାୟତ ସଭା ଗୃହ ପରିସରରେ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ରେଙ୍ଗାଳି ବାମ ପାର୍ଶ୍ଵ କେନାଲ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ସଂଜୀବ କୁମାର ପଟନାୟକଙ୍କ ସଭାପତି ତ୍ବରେ ମୂଖ୍ୟ ଅତିଥି ଭାବେ ଖଣି ଇସ୍ପାତ, ପୂର୍ତ୍ତ ବିଭାଗ ମନ୍ତୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେବା ସହ ଶୁଭାରମ୍ଭ କରିଥିଲେ,ପରଜଙ୍ଗ ବିଧାୟକ ପ୍ରତିନିଧି ଅକ୍ଷୟ କୁମାର ବେହେରା ମୂଖ୍ୟବକ୍ତା ଭାବେ ଯୋଗଦେଇଥିଲେ,ସଂମ୍ମାନିତଅତିଥି ଭାବେ ରେଙ୍ଗାଳି ଦକ୍ଷିଣ କେନାଲର ଅତିରିକ୍ତ ମୂଖ୍ୟଯନ୍ତ୍ରୀ ତଥା ଜିଲ୍ଲା ପାଣିପଂଚାୟତପକ୍ଷ ପାଳନର ନୋଡାଲ ଅଫିସର ପ୍ରଦୀପ କୁମାର ପ୍ରଧାନ,ସଂମ୍ମାନିତ ଅଥିଥି ଭାବେ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଆପେକ୍ସର ଅଧକ୍ଷ ଦେବରାଜ ସାହୁ, କାମାକ୍ଷା ନଗର ବ୍ଲକ ଅଧକ୍ଷ ପ୍ରେମାନନ୍ଦ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠି, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବେହେରାପ୍ରମୁଖ ଯୋଗ ଦେଇ ପାଣି ପଂଚାୟତର ଅଭି ମୁଖ୍ୟ, ଓ ଚାଷୀ ମାନଙ୍କ ମୌଳିକ ସମସ୍ୟା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |
ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଓ ଚାଷୀ ରାଜ୍ୟ ସରକାରଙ୍କ ଦ୍ୱାରାପ୍ରଚଳିତ ପାଣି ପଂଚାୟତ ଯୋଜନାକୁ ଗଣତାନ୍ତିକ ପଦ୍ଧତିରେ ସଫଳ ଓ ଦୀର୍ଘସ୍ଥାୟୀ କରିବାକୁ ଆପ୍ରାଣ ଉଦ୍ୟମ କରିବେ ବୋଲି ଶପଥ ପାଠ କରିଥିଲେ | ଏହି କାର୍ଯ୍ୟକ୍ରମକୁ ଆକାଶ ବାଣୀର କାର୍ଯ୍ୟକ୍ରମ ଅଧିକାରୀ ରାଜୀବ କୁମାର ମାହୁନ୍ତ ସଂଚାଳନ କରିଥିଲେ, ଏହି କାର୍ଯ୍ୟକ୍ରମରେ କାମାକ୍ଷା ନଗର ଉପଖଣ୍ଡର କର୍ମକର୍ତା ଙ୍କ ସହିତ ଶତାଧିକ ଚାଷୀ ଉପସ୍ଥିତ ରହି ପକ୍ଷ ପାଳନ କରିଥିଲେ l
Sign in
Sign in
Recover your password.
A password will be e-mailed to you.