ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ୱର ସ୍ଥିତ ଜନତା ମଇଦାନ ଠାରେ ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଚାଲିଥିବା ୧୭ ତମ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ମଞ୍ଚରେ ନୃତ୍ୟ ପରିବେଷଣ କରିଥିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର କ୍ରିଏଟିଭ ଆର୍ଟସ୍ ର କଳାକାର ମାନେ।
ଜିଲ୍ଲାର ପାରମ୍ପରିକ ଲାଞ୍ଜିଆ ସଉରା ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଜାତୀୟ ମେଳାରେ ଗଜପତିର କଳାକାର ମାନଙ୍କ ନୃତ୍ୟ ପ୍ରଦର୍ଶନ ରାଜଧାନୀ ବାସୀଙ୍କ ମନ ମୋହିଥିଲା। କିଛି ବର୍ଷ ପରେ ପାରଳାର ଯୁବ କଳାକାର ମାନେ ପୁଣି ଜାତୀୟ ମେଳାରେ କଳା ପ୍ରଦର୍ଶନ କରିଥିବା ଯୋଗୁଁ କଳାକାରଙ୍କ ମହଲରେ ବେଶ ଆନନ୍ଦ ପ୍ରକାଶ ପାଇଛି।
ନୃତ୍ୟରେ ସୁଦାମ ବରାଡ , ହାଡୁ ରାଉଳ , ଶିବ ପ୍ରଧାନ , କିଶୋର ଦାସ , ମନୋଜ ପାଣିଙ୍କ ସମେତ ଅନେକ ଯୁବ କଳାକାର ଭାଗ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post