କାମାକ୍ଷାନଗର/ରିତେଶ ବ୍ରହ୍ମା :ଢେଙ୍କାନାଳ ଜିଲ୍ଲା ମହାବିରରୋଡ ଥାନା ଚାନ୍ଦପୂର ଗ୍ରାମର ଦଳିତ ପରିବାର ଉପରେ ଗ୍ରାମର କେତେକ ସବର୍ଣ ପରିବାରର ଲୋକଙ୍କ ନିର୍ଯ୍ୟାତନାକୁ ନେଇ ଦଳିତ ପରିବାରଙ୍କ ତରଫରୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ।ସୂଚନା ଅନୁସାରେ ଚାନ୍ଦପୂର ଗ୍ରାମର ଦଳିତ ପରିବାର ଲୋକମାନେ ବହୁ ବର୍ଷ ହେଲା ଏକ ସରକାରି ଜାଗାରେ ରହି ଆସୁଥିବା ବେଳେ ତାଙ୍କ ନିଜସ୍ବ ଖର୍ଚରେ ଏକ କୋଠଘର ନିର୍ମାଣ କରି ବ୍ୟବହାର କରିଆସୁଥିଲେ।ଏବଂ ସେ ରହୁଥିବା ଘର ପାଖରେ ଏକ ନଳକୂପକୁ ପିଇବା ପାଣି ଭାବେ ବ୍ୟବହାର କରୁଥିଲେ ।କିନ୍ତୁ ଗ୍ରାମର କିଛି ସବର୍ଣ ପରିବାରର ଲୋକମାନେ ଏମାନଙ୍କୁ ବିରୋଧ କରିବା ସହ କୋଠଘର ସମୁଖରେ ଖତକୁ ପକାଇବା ସହ ନଳକୂପ ଆଗରେ ମଧ୍ୟ ଅପରିଷ୍କାର କରୁଛନ୍ତି ।ଏହାକୁ ନେଇ ଦଳିତ ପରିବାର ସଦସ୍ୟ ମାନେ ଆଜି ଉପଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ କାମାକ୍ଷାନଗର ସହକାରୀ ଜିଲାପାଳ ମଦନମୋହନ ଜେନାଙ୍କ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।ଆଜି ସେମାନଙ୍କ ସହିତ ଜିଲା ଦଳିତ ମହାସଂଘର ସଭାପତି ଅନ୍ତର୍ଯ୍ୟାମୀ ନାୟକ ଓ କର୍ମକର୍ତ୍ତା ମାନେ ଯାଇ ଦେଇଥିଲେ ଦାବିପତ୍ର ।ଲକ୍ଷ୍ମଣ ନାଏକ ,ରାଜୁ ନାଏକ, ପଟାୟତ ନାଏକ,ନିଶା ନାଏକ,ରମେଶ ନାଏକ,ଦୁଖବନ୍ଧୁ ନାଏକ,ବଗା ନାଏକ, ହରମୋହନ ନାଏକ,ରେବତୀ ନାଏକ,ରଶ୍ମିତା ନାଏକ,ଶ୍ରୀରାମ ନାଏକଙ୍କ ସମେତ ଗ୍ରାମବାସୀ ମାନେ କରିଛନ୍ତି ଦାବି ।
Sign in
Sign in
Recover your password.
A password will be e-mailed to you.
Next Post