କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଓ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ମିଳିତ ଆନୁକୂଲ୍ୟରେ ତା ୨୮. ୧ . ୨୦୨୩ ରିଖ ଠାରୁ ୦୧ .୦୨ . ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ସମୂହ କବାଡି , ଥ୍ରୋ ବଲ , ବଲ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବରେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିଜ୍ଞତା ଜଣେ ଖେଳାଳୀ କୁ ମାନସିକ ଓ ଶାରୀରିକ ସ୍ତରରେ ଦୃଢତା ଯୋଗାଏ ଓ ସକାରାତ୍ମକ ମନୋଭାବ କ୍ରୀଡ଼ାରେ ଆଗକୁ ଯିବାରେ ସହାୟକ ହୁଏ ବୋଲି ମତ ପ୍ରକାଶ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ , ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ , ଥ୍ରୋ ବଲ ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ଦାସ , ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପ୍ରଧାନ , ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂଗଠନ ଉପସଭାପତି ଆଦିତ୍ୟ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ । କ୍ରୀଡା ଶିକ୍ଷକ ତଥା ଜାତୀୟ ସ୍ତରୀୟ ଘୋଷକ ବିପିନ ବିହାରୀ ସାହୁ ସମସ୍ତଙ୍କୁ ସ୍ୱଗାତ , ଅତିଥି ପରିଚୟ ପ୍ରଦାନ ସହ ସଂଯୋଜନା କରିଥିଲେ ଓ କାମାକ୍ଷାନଗର ବି ଇ ଓ ତଥା ସାଂଗଠନିକ ସମ୍ପାଦକ ଜଗବନ୍ଧୁ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦ ଓ ପୁଷ୍ପାଞ୍ଜଳି ଜେନା ସହଯୋଗ କରିଥିଲେ । ଶଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶାର ସବୁ ଜିଲ୍ଲାରୁ ୭୦୦ ରୁ ଉର୍ଦ୍ଧ୍ବ ବାଳକ ବାଳିକା ଅଂଶ ଗ୍ରହଣ କରି ସେମାନଙ୍କ ମଧ୍ୟରୁ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ରେ ୧୭ ବର୍ଷରୁ କମ ବାଳକ ବର୍ଗରେ ଜଗତସିଂହପୁର ଜିଲ୍ଲା ଚମ୍ପିୟାନ , କଟକ ଜିଲ୍ଲା ରନର୍ସ ଅପ , ବାଳିକା ଵର୍ଗ ରେ କଟକ ଜିଲ୍ଲା ଚମ୍ପିୟାନ , ଜଗତସିଂହପୁର ଜିଲ୍ଲା ରନର୍ସ ଅପ , ୧୪ ବର୍ଷ ରୁ କମ ବାଳକ ବର୍ଗରେ କଟକ ଜିଲ୍ଲା ଚମ୍ପିୟାନ , ଢେଙ୍କାନାଳ ଜିଲ୍ଲା ରନର୍ସ ଅପ , ବାଳିକା ବର୍ଗ ରେ ଗଂଜାମ ଚପିଆନ , କଟକ ରନର୍ସ ଅପ , କବାଡି ପ୍ରତିଯୋଗିତା ରେ ୧୭ ବର୍ଷରୁ କମ ବାଳକ ବର୍ଗ ରେ ପୁରୀ ଜିଲ୍ଲା ଚମ୍ପିୟାନ , ବାଲେଶ୍ବର ଜିଲ୍ଲା ରନର୍ସ ଅପ , ବାଳିକା ବର୍ଗରେ ଗଂ ଜାମ ଜିଲ୍ଲା ଚମ୍ପିୟାନ , ଭୁବନେଶ୍ୱର ରନର୍ସ ଅପ , ୧୪ ବର୍ଷରୁ କମ ବାଳକ ଓ ବାଳିକା ବର୍ଗ ରେ ଯଥାକ୍ରମେ ସୁନ୍ଦରଗଡ଼ ଓ ଗଂଜାମ ଚମ୍ପିଅନ , ଯାଜପୁର ଓ ସୁନ୍ଦରଗଡ଼ ରନର୍ସ ଅପ , ଥ୍ରୋବଲ ପ୍ରତିଯୋଗିତା ଟେ ୧୭ ବର୍ଷରୁ କମ ବାଳକ ଓ ବାଳିକାଉଭୟ ଵର୍ଗ ରେ ପୁରୀ ଚମ୍ପିଆନ , ଉଭୟ ବର୍ବରେ ଢେଙ୍କାନାଳ ମଧ୍ୟ ରନର୍ସ ଅପ , ୧୪ ବର୍ଷ ରୁ କମ ବାଳକ ଓ ବାଳିକା ବର୍ଗ ରେ ଯଥାକ୍ରମେ ପୁରୀ ଓ ଢେଙ୍କାନାଳ ଚମ୍ପିଆନ , ଢେଙ୍କାନାଳ ଓ ବଲାଙ୍ଗୀର ରନର୍ସଅପ ହୋଇଥିଲେ । ମୁଖ୍ୟଅତିଥି ବିଜେତା ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ । କଟକ ଆଇ ପି ଇ ସୌଦାମିନୀ ଦାସ , ଅନୁଗୋଳ ଆଇ ପି ଇ ପ୍ରଶାନ୍ତ ସିହ୍ନା , ନୂଆପଡା ଆଇ ପି ଇ ମହେଶ ଦଣ୍ଡସେନା , ମୟୁରଭଞ୍ଜ ଆଇ ପି ଇ ଭାଗିରଥ ମଲ୍ଲିକ , ଯାଜପୁର ଆଇ ପି ଇ ସମ୍ବୁନାଥ ଦାସ , ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ , ତପନ ସାହୁ , ଗଜେନ୍ଦ୍ର ନାୟକ , କ୍ରୀଡା ଶିକ୍ଷକ ନରେଶ ମହାରଣା , ପ୍ରତାପ ସାମନ୍ତ , ସୁଶାନ୍ତ ନାଥ, ରାମକୃଷ୍ଣ ବେହେରା , ବାନାର୍ଜୀ ମହାନ୍ତି ଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ କ୍ରୀଡା ପରିଚାଳ , ବ୍ଲକ ର ଏ ବି ଓ , ଜିଲ୍ଲାର ପ୍ରଧାନ ଶିକ୍ଷକ ତଥା ସି ଆର ସି ସି ଙ୍କ ରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ତଥା ଜିଲ୍ଲାର କ୍ରୀଡା ଶିକ୍ଷକ , ସହାକାରୀ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post