ଝାରବନ୍ଧ -ମନୋହର ଦାଶ- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଝାରବନ୍ଧ ବିଭିନ୍ନ ଜଙ୍ଗଳ ରୁ କେନ୍ଦୁଗଛ ର ସଂଖ୍ୟା ଦ୍ରୁତ ହ୍ରାସ ପାଉଛି l ଏକଦା ଜଙ୍ଗଳ ରେ ଭରପୁର ଦେଖାଯାଉଥିବା କେନ୍ଦୁଗଛ ଧୀରେ ଧୀରେ ଶୂନ୍ୟ ହେବାରେ ଲାଗିଛି l ତଦନ୍ତ ରୁ ଜଣାପଡିଛି ପ୍ରଥମ ରେ ଉପକୁଳ ଓଡିଶା କୁ ବିପୁଳ ପରିମାଣ ରେ କେନ୍ଦୁ କାଠଗଣ୍ଠି ପଟା ଆକାର ରେ ଚାଲାଣ ହେଉଛି l ସେଠାରେ ହୋଟେଲ ଶିଳ୍ପ ରେ ଏ ଗୁଡିକ ବ୍ୟବହାର ହେଉଛି l ଦ୍ୱିତୀୟ ରେ ଦେଶୀ ବନ୍ଧୁକ ତିଆରି ପାଇଁ କେନ୍ଦୁ କାଠ କୁ ମାଫିଆ ମାନେ ଚୋରାଚାଲାଣ କରୁଛନ୍ତି l ଏଥିପାଇଁ ଏକ ଅନ୍ତରାଜ୍ୟ ରାକେଟ ସକ୍ରିୟ ଥିବା ଜଣାପଡିଛି l କେନ୍ଦୁକାଠ ଶକ୍ତ ଏବଂ ଅନ୍ୟକାଠ ତୁଳନା ରେ ସାମାନ୍ୟ ହାଲୁକା ଥିବାରୁ ଏହାକୁ ଦେଶୀ ବନ୍ଧୁକ ନିର୍ମାଣ ରେ ବ୍ୟବହାର କରାଯାଉଛି l ସେହିପରି ପାଣିଜାହାଜ ଏବଂ ଡ଼ଙ୍ଗା ତିଆରି ପାଇଁ ମଧ୍ୟ୍ୟ କେନ୍ଦୁ କାଠ ସର୍ବୋତ୍ତମ ବୋଲି କୁହାଯାଉଛି l ଫଳ ରେ କାଠ ମାଫିଆ ମାନେ ଏ ଗୁଡିକୁ ବିଭିନ୍ନ ରାଜ୍ୟ କୁ ଚୋରାଚାଲାଣ କରି କୋଟି କୋଟି ଟଙ୍କା ର ମୁନାଫା ପାଉଛନ୍ତି l ଚାହିଦା ଥିବାରୁ ଝାରବନ୍ଧ ଅଞ୍ଚଳ ରୁ ପ୍ରତ୍ୟହ କେନ୍ଦୁଗଛ କଟା ଯାଇ ଚୋରାଚାଲାଣ ହେଉଛି l ପଦ୍ମପୁର, ପାଇକମାଲ, ଝାରବନ୍ଧ ସୀମାରୁ ଛତିଶଗଡ଼ କାଠ ଯାଉଛି ସେଠାରୁ ପୁଣି ତାକୁ କୋଲକାତା ବିହାର କୁ ଚାଲାଣ କରାଯାଉଛି ଲ ଅଳ୍ପଦିନ ତଳେ ଡ଼ଭା ରାସ୍ତା ଦେଇ ଛତିଶଗଡ଼ ବସନା ଯାଉଥିବା ବେଳେ ବରୋଲି ନିକଟ ରେ ଏକ 407 ମିନି ଟ୍ରକ ଭରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା ଛତିଶଗଡ଼ ବନକର୍ମଚାରୀ ଘଟଣା ସ୍ଥଳ କୁ ପହଁଚି ତଦନ୍ତ କରିଥିଲେ l
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଇକମାଲ ରେଞ୍ଜର ରାଜେନ୍ଦ୍ର ଭୁଏ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ପାଇକମାଲ ବନପାଳ ରଜନୀକାନ୍ତ ବଢ଼େଇ, ଝାରବନ୍ଧ ବନପାଳ ଗିରିରାଜ କୁମ୍ଭାର, ବନରଖି ପ୍ରତିମା ସୁନା, ଯୋଗେଶ ଭୁଏ ଏବଂ ବନ ବିଭାଗ କର୍ମଚାରୀ ମାନେ ଚୋରା ଚାଲାଣ ହେଉଥିବା ରାତ୍ର ସମୟ ରେ CG04JD7399 ଟ୍ରକ କୁ ଝାରବନ୍ଧ ଗୋଠୁଗୁଡା ଛକ ଠାରେ କେନ୍ଦୁକାଠ ଗଣ୍ଡି ସହ ଟ୍ରକ କୁ ଜବତ କରି ପାଇକମାଲ ରେଞ୍ଜ ଅଫିସ କୁ ନେଇ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଲ ଅଞ୍ଚଳ ରେ ଜଙ୍ଗଲର ମୂଲ୍ୟବାନ କାଠ ଉଭାନ ହେବାରେ ଲାଗିଛି l ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ସତର୍କ ନ ହେଲେ ଅଞ୍ଚଳ ରେ କେନ୍ଦୁ ଗଛ ଲୋପ ପାଇଯିବ l
Sign in
Sign in
Recover your password.
A password will be e-mailed to you.