କାମାକ୍ଷାନଗର/ରିତେଶ ବ୍ରହ୍ମା: କାମାକ୍ଷାନଗର ମହିମା ଆଶ୍ରମରେ ମାଘସପ୍ତମୀ ତଥା ଆଶ୍ରମର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ୧୮୭୫ ମସିହା ଠାରୁ ଏହି ଆଶ୍ରମରେ ନିରବିଛିନ୍ନ ଭାବେ ମାଘମାସ ସୁକ୍ଲପକ୍ଷ ସପ୍ତମୀ ତିଥିରେ ମଘସପ୍ତମୀ ପାଳିତ ହେଉଛି। ଦୁଇବର୍ଷ କରୋନା କଟକଣା ଯୋଗୁ ମାଘସପ୍ତମୀ କେବଳ ବିଧି ପାଳନ କରାଯାଇଥିଲା। କିନ୍ତୁ ଚଳିତବର୍ଷ କଟକଣା ହଟି ଯାଇଥିବିରୁ ବଡ ଧୁମଧାମରେ ବାର୍ଷିକ ଉତ୍ସବ ପାଳନ କରଯାାଇଛି। ସପ୍ତମୀ ଓ ଅଷ୍ଟମୀ ଦୁଇଦିନ ଧରି ଏହି ପର୍ବପାଳନ ହେଉଥିବାବେଳ ସପ୍ତମୀ ଦିନ ବଡିଭୋର ସମୟରୁ ଅମଣିଆ ବାଲ୍ୟଲିଳା କରାଯାଇଥାଏ । ଏବଂ ଦିନସାରା ଭିମଭୋଇଙ୍କ ଭଜନ କିର୍ତନ ହୋଇଥାଏ ସନ୍ଧ୍ୟା ୫.୩୦ ସମୟରେ ଜଗତ ମଙ୍ଗଳ ଉଦେଶ୍ୟରେ ୧୧ ଶାଖା ବିଶିଷ୍ଠ ଝାଡ ଦିପ ପ୍ରଜ୍ୟୋଳନ କରିଯିବାସହ ବ୍ରହ୍ମଧ୍ବନି ସ୍ଥାପନ କରି ଘୃତାହୁତି କରାଯାଇଥିଲା। ଅଞ୍ଚଳର ବିଭିନ୍ନ ଭଜନ ମଣ୍ଡଳି ଦ୍ବାରା ଅଲେଖ ଭଜନ ଗାନ କରିଥିଲେ। ଏବଂ ସକାଳେ ନଗର କିର୍ତନ ସହ ଅନ୍ନପସାଦ ଓ ହରିହାଟରେ ଚଳିତ ବର୍ଷ ମାଘ ସପ୍ତମି ପାଳିତ ହୋଇଯାଇଛି। ଏହିଯାତ୍ରାରେ ଅଞ୍ଚଳରୁ ସହ ସହ ଭକ୍ତ ଓ ସାଧୁସନ୍ଥ ସମାଙ୍ଗ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.