ବୀରମହାରାଜପୁର, (ବିନୋଦ ପାଣ୍ଡେ):ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ଉପନିବନ୍ଧକଙ୍କ କାର୍ଯ୍ୟଲୟ ପରିସରରେ ନବ ନିର୍ମିତ ପ୍ରତୀକ୍ଷାଳୟ ବହୁ ଦିନ ହେବ ତାଲା ପଡ଼ିରହିଛି। ସରକାରଙ୍କ ରାଜସ୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପ୍ରତୀକ୍ଷାଳୟଟି ଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଲାଗିପାରୁ ନାହଁ । ଏହି କାର୍ଯ୍ୟଳୟକୁ ପ୍ରତିଦିନ ଜମି କିଣା ବିକା,ତଥା ଜମି ରେଜିଷ୍ଟ୍ରସନ ପାଇଁ, ଇ. ସି, ଓ ବିଭିନ୍ନ ପଟା କପି ର ନକଲ ପାଇଁ ଦୂରଦୁରାନ୍ତ ତଥା ବିଭିନ୍ନ ଅଞ୍ଚଳରୁ ଲୋକ ଆସିଥାନ୍ତି। ଏହି କାର୍ଯ୍ୟଳୟ ଉପରେ ନିର୍ଭର କରୁଥିବା ଜନସାଧାରଣ ମାନେ ଖରା ବର୍ଷା ଶୀତ ଅପେକ୍ଷା କରି ନିଜର କାର୍ଯ୍ୟ କରିଥାନ୍ତି। ବିଶେଷ କରି ମହିଳା ମାନେ ପରିଶ୍ରାଗାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଏଠାରେ ନବ ନିର୍ମିତ ହୋଇଥିବା ପ୍ରତୀକ୍ଷାୟଟି ସର୍ବଦା ତାଲା ଝୁଲୁଥିବା ଯୋଗୁଁ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଆଗ କୁ ଗ୍ରୀଷ୍ମ ଋତୁ ଆସୁଥିବାରୁ ଯଦି ଏହି ପ୍ରତୀକ୍ଷାଲୟ ଟି ଖୋଲା ନ ଯାଇ ବନ୍ଦ ରହେ ତାହେଲେ ଜମି ରେଜିଷ୍ଟ୍ରିକରଣ ପାଇଁ ଆସୁଥିବା ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେବାର ସମ୍ଭାବନା ରହିଛି l ପ୍ରକାଶ ଥାଉକି ବୀରମହାରାଜପୁର ଓ ଉଲୁଣ୍ଡା ଦୁଇଟି ଯାଇ ତହସିଲ ଅଂଚଳ ର ଲୋକମାନେ ଜମି କ୍ରୟ ବିକ୍ରୟ ପାଇଁ ବୀରମହାରାଜପୁର ସବ ରେଜିଷ୍ଟର ଉପରେ ନିର୍ଭର କରିଥାନ୍ତି, ଓ ଏସ ପତ୍ରାପାଳି ଠାରୁ ଗରିଆ ମୁଣ୍ଡା ପର୍ଯ୍ୟନ୍ତ ପ୍ରାୟ ୩୨ ଟି ପଂଚାୟତ ର ଲୋକମାନେ ଦୂର ଦୁରାନ୍ତରୁ ଆସୁ ଥିବାରୁ , ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରତୀକ୍ଷାଳୟ ଚାଲୁ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୁଏ।
Sign in
Sign in
Recover your password.
A password will be e-mailed to you.