ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୬ଷ୍ଠ ସ୍ପୋର୍ଟିଙ୍ଗ କ୍ଲବ ଆନୁକୁଲ୍ୟରେ ଚାଲିଥିବା ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ଫୁଲବାଣୀକୁ ୨-୦ ଗୋଳରେ ହରାଇ ସମ୍ବଲପୁର ଦଳ ଚମ୍ପିଆନ ହୋଇଛି। ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ସ୍ପୋର୍ଟିଙ୍ଗ କ୍ଲବ ର ସଭାପତି ପର୍ଶୁରାମ ଦେହୁରୀ, ସମ୍ପାଦକ ସତ୍ୟ ନାରାୟଣ ମହାକୁର, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ, ଚମ୍ପମାଲ ସମିତି ସଭ୍ୟ ଲଷ୍ମୀନାରାୟଣ ପୁରୋହିତ, ସମାଜ ସେବୀ କିଶୋର ହୋତା,ଅଜିତ ନାଏକ,ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସମୁଦାୟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ଉକ୍ତ ଟୁର୍ନାମେଣ୍ଟରେ ପ୍ରଥମ ସେମିଫାଇନାଲରେ ଫୁଲବାଣୀ ଓ ବୀରମହାରାଜପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବୀରମହାରାଜପୁରକୁ ୧-୦ ଗୋଲ ରେ ଫୁଲବାଣୀ ବିଜୟୀ ହୋଇଥିବା ବେଳେ, ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ରେ ବୌଦ୍ଧ ସମ୍ବଲପୁର ମଧ୍ୟରେ୨ -୧ ଗୋଲ ରେ ସମ୍ବଲପୁର ବିଜୟୀ ହୋଇଥିଲା ଠିକ ସେହିପରି ଫାଇନାଲ ମ୍ୟାଚ ରେ ସମ୍ବଲପୁର ଓ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ଦଳ ଫୁଲବାଣୀକୁ ୨-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ । ଅଭିମନ୍ୟୁ ବଗର୍ତ୍ତୀ ଓ ନରେଶ କାଣ୍ଡ, ରାଜକୁମାର ବାଦୀ ମ୍ୟାଚ ର ଧରାବିବରଣି ପ୍ରଦାନ କରିଥିବା ବେଳେ,ପ୍ରଶାନ୍ତ ସେଠି, ବିକାଶ ସେଠି, ଚିକୁ ବଡ଼ପଣ୍ଡା,ରାଜେଶ ଥାନାପତି, ଖେଳ ପରିଚାଳନା କରିଥିଲେ l ଉଭୟ ଟିମ ବିଜେତା ଓ ଉପ ବିଜେତା ଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l ସରପଞ୍ଚ ସଙ୍ଘ ର ସଭାପତି ଶ୍ରୀୟା ମହାକୁର ଓ ବାଗବର ସରପଞ୍ଚ ନିରୁପମା ବଗର୍ତ୍ତୀ ଅତିଥି ଭାବରେ ଯୋଗ ଦେଇଥିଲେ l ସ୍ପୋର୍ଟିଙ୍ଗ କ୍ଲବ ର ସଦସ୍ୟ ଖିରୋଦ, ଅମିତ, ଅରବିନ୍ଦ, ସୁରୁ,ଚନ୍ଦ୍ରମଣୀ, ସୁରୁ, ଅନନ୍ତ, ଅଇଁଠୁ, ସିଦ୍ଧାର୍ଥ,ଲକ୍ଷ୍ମଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post