ବୀରମହାରାଜପୁର,( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ପ୍ଳୋଟିଙ୍ଗ୍ କ୍ଳବ ଆନୁକୁଲ୍ୟରେ ଦିଦ୍ବିବସିୟା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ। ପୂର୍ବତନ ମନ୍ତ୍ରୀ ବିଷ୍ନୁପ୍ରିୟା ବେହେରା, ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶାନ୍ତି ଲୁହା, ଉପଧ୍ୟକ୍ଷ ନାରାୟଣ ଲୁହା, ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ
ମୋତିଲାଲ ସୁଲିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ସ୍ପୋଟିଙ୍ଗ କ୍ଳବ ସଭାପତି ପର୍ଶୁରାମ ଦେହୁରୀ, ସାମ୍ବାଦିକ କିଶୋର ହୋତା, ସ୍ପୋଟିଙ୍ଗ କ୍ଳବ କୋଷାଧ୍ୟକ୍ଷ ଅଜିତ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଦ୍ବିତୀୟ ମ୍ୟାଚରେ ବୀରମହାରାଜପୁର ଆର୍ଦଶ୍ୟ ଥାନ ସବ ଇନ୍ସପେକ୍ଟର ଧିରେନ ବିଶ୍ଵାଲ,ସ୍ପୋଟିଙ୍ଗ କ୍ଳବ କୋଷାଧ୍ୟକ୍ଷ ଅଜିତ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅପରାହ୍ନ ମ୍ୟାଚରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପୁରସ୍କାର ବିତରଣ ଉତ୍ସବରେ ବରିଷ୍ଠ ସାମ୍ବାଦିକ ଶୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି, ବରିଷ୍ଠ ଆଇନଜିବୀ ଶ୍ରୀନିବାସ ଚାନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମୁଦାୟ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ଉକ୍ତ ଟୁର୍ନାମେଣ୍ଟ ରେ ପ୍ରଥମ ମ୍ୟାଚ ରେ ବୀରମହାରାଜପୁର ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବୀରମହାରାଜପୁର ୨ -୦ ଗୋଲରେ ବିଜୟୀ ହୋଇଥିବା ବେଳେ, ଦ୍ଵିତୀୟ ମ୍ୟାଚ ରେ ବୌଦ୍ଧ ମହୁଲପାଲି ମଧ୍ୟରେ ୨ -୦ ଗୋଲ ରେ ବୌଦ୍ଧ ବିଜୟୀ ହୋଇଥିଲା । ଠିକ୍ ସେହିପରି ତୃତୀୟ ମ୍ୟାଚ ରେ ବିଏନ ସିଂ କଦଳିପାଲି ଏବଂ ଫୁଲବାଣୀ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଫୁଲବାଣୀ ୩-୦ ଗୋଳରେ ବିଜୟୀ ହୋଇଥିଲା। ଚତୁର୍ଥ ମ୍ୟାଚରେ ସମ୍ବଲପୁର ଓ ସୋନପୁର ମଧ୍ୟରେ ଖେଳ ହୋଇଥିଲା। ଏଥିରେ ସମ୍ବଲପୁର ୧-୦ ଗୋଳରେ ବିଜୟୀ ହୋଇ ସେମିଫାଇନାଳକୁ ପ୍ରବେଶ କରିଥିଲା। ଅଭିମନ୍ୟୁ ବଗର୍ତ୍ତି ଓ ନରେଶ କାଣ୍ଡ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ବହୁ ସଂଖ୍ୟକ ଦର୍ଶକ ଖେଳ ସରିବା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ମନ ଭରି ଉପଭୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.