ନବରଙ୍ଗପୁର/ଅଶୋକ ସାହୁ:ଗଛ କଟା କୁ ନେଇ ଏବେ ବିବାଦ ଘେରରେ ଡ଼ଙ୍ଗରା ସରପଞ୍ଚ |ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେଲେ ଗ୍ରାମବାସୀ |ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡ଼ଙ୍ଗରା ଗ୍ରାମ ପଂଚାୟତ ଠାରେ. ଅଞ୍ଚଳବାସୀ ସରପଞ୍ଚ ଙ୍କ ମନମୁଖୀ ଶାସନ ରେ ହନ୍ତସନ୍ତ ହେଉଥିବା ବେଳେ ଫାଇଦା ରେ ରହିଛନ୍ତି ସରପଞ୍ଚ ଙ୍କ ଚେଲା ଚାମୁଣ୍ଡା ମାନେ. ଯାହାକୁ ନେଇ ଏବେ ଡ଼ଙ୍ଗରା ଗ୍ରାମ ପଂଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀ ଙ୍କ ମଧ୍ୟରେ ଦେଖା ଦେଉଛି ତୀବ୍ର ଅସନ୍ତସ. ମନଇଛା କାହାକୁ କିଛି ନ ଜଣାଇ ନିଜ ଚେଲା ଚାମୁଣ୍ଡା ଙ୍କ କଥା ରେ ଚାଲୁଛି ପଂଚାୟତ କାର୍ଯ୍ୟାଳୟ ବଲି ମତ ପ୍ରକାଶ କରୁଛନ୍ତି ଗ୍ରାମବାସୀ.ଏଭଳି ଏକ ଜଳନ୍ତା ଦୃଶ୍ୟ ଆସିଛି ସାମ୍ନା କୁ. ଗାଁ ରେ ରହିଥିବା ଫଳ ବଗିଚା କୁ ରାତାରାତି କାଟି ସଫା କରିଥିବା ଦୃଶ୍ୟ ଏବେ ଅଞ୍ଚଳ ରେ ଚର୍ଚ୍ଚା ଜର ଧରିଛି. ବନବିଭାଗ ହେଉ ବା ଗ୍ରାମବାସୀ କାହାକୁ କିଛି ଅବଗତ ନ କରି କାଟିଦେଲେ ଫଳ ବଗିଚା ର 41 ଖଣ୍ଡ ଫଳ ଫଳିବା ଗଛ ଗୁଡିକୁ ଯାହାକୁ ନେଇ ଏବେ ଗ୍ରାମବାସୀ ଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ. ବନବିଭାଗ ଙ୍କ ବିନା ଅନୁମତି ରେ ପଂଚାୟତ କାର୍ଯ୍ୟାଳୟ ତରଫରୁ କିଏ କାଟିଲା ଗଛ ଓ ଏତେ ଗଛ ଗଲା କୁଆଡେ ତାହା ପଚାରୁଛନ୍ତି ଗ୍ରାମବାସୀ କିନ୍ତୁ କିଏ ମଧ୍ୟ ସଠିକ ଉତ୍ତର ଟିଏ ଦେଇ ପାରୁ ନାହାନ୍ତି. ଯଉଁଥି ପାଇଁକି ସିଧାସଳଖ ଭାବରେ ଗ୍ରାମବାସୀ ସରପଞ୍ଚ ଙ୍କୁ ଦାୟୀ କରୁଥିବା ଦେଖିବାକୁ ମିଳୁଛି.ଗ୍ରାମବାସୀ ଏହାର ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତଥା ତହସିଲଦାର ଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିବା ସୂଚନା ମିଳୁଛି କିନ୍ତୁ କାହିଁ ଏବେଯାଏ ଜିଲ୍ଲା ପ୍ରଶାସନ ତରଫରୁ କିଛି ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କହୁଛନ୍ତି ଗ୍ରାମବାସୀ.ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି ଆମ ଖବର ପ୍ରତିନିଧି ଡ଼ଙ୍ଗରା ପଂଚାୟତ କାର୍ଯ୍ୟାଳୟ କୁ ପହଂଚି ଥିଲେ କିନ୍ତୁ ଦୁଃଖର କଥା ସକାଳ 11ଘଣ୍ଟା ପର୍ଯ୍ୟନ୍ତ ପଂଚାୟତ କାର୍ଯ୍ୟାଳୟ ଖୋଲା ଯାଇନଥିଲା. ଫୋନ ମାଧ୍ୟମରେ ସରପଞ୍ଚ ଓ ଗ୍ରାମ ପଂଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରିବକୁ ଚେଷ୍ଟା କରିବା ସ୍ୱତେ ମଧ୍ୟ କୌଣସି ସୁଫଳ ମିଳିପାରିନଥିବା ହେତୁ ରୁ ତାଙ୍କ ପ୍ରତିକ୍ରିୟା ମିଳିପାରିଲା ନାହିଁ. ଏବେ ଦେଖିବାକୁ ବାକି ରହିଲା ଯେ କେବେ ନ୍ୟାୟ ମିଳିବ ଅଭିଯୋଗ କାରିଙ୍କୁ. କେବେ ଦଣ୍ଡିତ ହେବେ ଗଛ କଟାଳି?
Sign in
Sign in
Recover your password.
A password will be e-mailed to you.