ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସଂକଳ୍ପ ପତ୍ର ପାଠ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ଅଧ୍ୟକ୍ଷତା କରି ଉପସ୍ଥିତ ଥିବା ଛାତ୍ରୀ ତଥା ନୂତନ ଭୋଟରଙ୍କୁ ଉଦବୋଧନ ଦେଇ ଦୁର୍ନୀତି ଗ୍ରସ୍ତ କିମ୍ବା କୌଣସି ପ୍ରଲୋଭନର ଶିକାର ନ ହୋଇ ଏକ ସଠିକ୍ ନେତାଙ୍କୁ ଭୋଟ ଦେଇ ନିର୍ବାଚନ କରିବା ପାଇଁ ବୁଝାଇଥିଲେ।
ଏନ୍.ଏସ୍.ଏସ୍ ପ୍ରୋଗ୍ରାମ୍ ଅଫିସରଙ୍କ ସହଯୋଗରେ ଭୋଟଙ୍କୁ ସଂକଳ୍ପ ପତ୍ର ଡ଼.ରୀନା ସାହୁ ପାଠ କରାଇଥିଲେ। ଶେଷରେ ମେରା ଭାରତ ମହାନ ହେ ଦେଶାତ୍ମବୋଧକ ସଙ୍ଗୀତକୁ ପରିବେଷଣ କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ , ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Leave A Reply

Your email address will not be published.