ସ୍ୱଚ୍ଛତା କଥା କହୁଥିବା ସରକାରରେ ନିଜେ ଜାଲିଆତି  କରୁଛନ୍ତି ସରକାର!!!!

0
  • ଲାଜ ନାହିଁ ଯାହା…..୧୧ବର୍ଷ ହେଲା ନବୀକରଣ ହୋଇନି, ତଥାପି ସ୍ବୟଂଶାସିତ
  • ସରକାରୀ କଲେଜରେ ପିଲାଙ୍କୁ ପ୍ରତାରଣା କରୁଛନ୍ତି ସରକାର 
  • ଯିଏ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି ସେ କୁଆଡେ ମାମୁ ଘର ଫେରନ୍ତା
  • ଅର୍ଦ୍ଧାଧିକ ପ୍ରାଧ୍ୟାପକ, ଅଧ୍ୟାପକ ତଥା ଅଣଶିକ୍ଷକ ପଦବୀ ମଧ୍ୟ ଖାଲି
  • ୧୧ ବର୍ଷ ହେଲା ପିଲା ପାଉଥିବା ସାର୍ଟିଫିକେଟ ବୈଧ ଟି ????

ରାଉରକେଲା : ସମଗ୍ର ପଶ୍ଚିମ ଓଡ଼ିଶା ତଥା ଓଡ଼ିଶାରେ ମଧ୍ୟ ଏକ ସୁନାମଧନ୍ୟ ମହାବିଦ୍ୟାଳୟଭାବେ ରାଉରକେଲାର ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏକ ପରିଚିତ ନାମ । ୧୯୬୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ମହାବିଦ୍ୟାଳୟରେ ଯୁକ୍ତ ତିନି ସମେତ ଏକାଧିକ ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଉଛି। ଚଳିତ ବର୍ଷଠାରୁ ଏହି ମହାବିଦ୍ୟାଳୟରେ ସ୍ନାନକତୋତ୍ତର ବିଷୟରେ ଉପାଧ୍ୟୁତ୍ତର ବା ଏମ୍‌ ଫିଲ୍‌ ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହେଉଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ମହାବିଦ୍ୟାଳୟର ସ୍ୱୟଂଶାଶିତ ମାନ୍ୟତା ୨୦୦୭ ମସିହାରୁ ସମାପ୍ତ ହୋଇଛି ଏବଂ ଏହା ନବୀକରଣ  ହୋଇନାହିଁ। ଏକଥା ଆମେ କହୁନାହୁଁ। ଏ ନେଇ ରାଉରକେଲାର ବିଧାୟକ ତଥା ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରଉ ଜଣାପଡ଼ିଛି। ଏ ନେଇ ବିଧାୟକଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମାନ୍ୟବର ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଦେଇଥିବା ଉତ୍ତର ମୁତାବକ ରାଜ୍ୟର ଏକ ପ୍ରମୁଖ ତଥା ପ୍ରତିଷ୍ଠିତ ମହାବିଦ୍ୟାଳୟଭାବେ ଖାତି ଅର୍ଜନ କରିଥିବା ଏହି ଅନୁଷ୍ଠାନର ସ୍ୱୟଂଶାଶିତ ମାନ୍ୟତା ୧୧ବର୍ଷ ପୁର୍ବରୁ ସରିଯାଇଛି। ଏହା ସହିତ ଆଉ ଏକ ଆଲୋଚନାର ବିଷୟ ହେଉଛି ଏଠାରେ ସ୍ଥାୟୀ ଅଧ୍ୟକ୍ଷ ନାହାଁନ୍ତି। ଏଠାରେ ରହିଥିବା ବର୍ତ୍ତମାନର ଅଧ୍ୟକ୍ଷ କିଛିବର୍ଷ ପୂର୍ବେ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ନିର୍ଦ୍ଦେଶକ ଥିବା ସମୟରେ ଏକ ପ୍ରଶ୍ମପତ୍ର ପ୍ରଘଟ ମାମଲାରେ କିଛିଦିନ ଧରି ଜେଲ୍‌ରେ ରହିଥିଲେ। ଏତେ ସବୁ ସତ୍ତ୍ୱେ ମଧ୍ୟ ତାଙ୍କୁ ସରକାର ବାହାଦୁର ରାଜ୍ୟର ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ଅସ୍ଥାୟୀ ଅଧ୍ୟକ୍ଷଭାବେ ଦାୟିତ୍ୱ ଦେବା କେତେ ଯୁକ୍ତିଯୁକ୍ତ ତାହା ରାଜ୍ୟର ବୁଦ୍ଧିଜୀବୀମାନେ ବିଚାର କରିବେ। ସେହିଭଳି ମାନ୍ୟବର ବିଧାୟକଙ୍କ ପ୍ରଶ୍ନ ଓ ଉତ୍ତର ମୁତାବକ ଏହି ଅନୁଷ୍ଠାନରେ ଅର୍ଦ୍ଧାଧିକ ପ୍ରାଧ୍ୟାପକ, ଅଧ୍ୟାପକ ତଥା ଅଣଶିକ୍ଷକ ପଦବୀ ମଧ୍ୟ ଖାଲି। ଏତେ ସବୁ ସତ୍ତ୍ୱେ ପ୍ରତି ବର୍ଷ ଏଠାରେ ନୂତନ ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ନିକଟରେ ଉପାଧ୍ୟୁତ୍ତର ଏବା ଏମ୍‌ ଫିଲ୍‌ ପାଠ୍ୟକ୍ରମ ଖୋଲିବାକୁ ସରକାର କିପରି  ଓ କେଉଁ ସର୍ତ୍ତରେ ଅନୁମତି ଦେଇଛନ୍ତି ତାହା ପ୍ରଶବାଚୀ  ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ବର୍ଷ ବର୍ଷ ଧରି ସ୍ୱୟଂଶାଶିତ ଅନୁଷ୍ଠାନ ନାଁରେ ଏଠାରେ ନାମ ଲେଖାଉଥିବା ହଜାର ହଜାର ଛାତ୍ରଛାତ୍ରୀ ଯେତେବେଳେ ଅନୁଷ୍ଠାନର ଡିଗ୍ରି ଧରି ଅନ୍ୟ କେଉଁ ଅନୁଷ୍ଠାନରେ ପାଠ ପଢ଼ିବା ବା ନିଯୁକ୍ତି ପାଇଁ ଯିବେ ସେତେବେଳେ ସେମାନଙ୍କୁ କିପରି ପରିସ୍ଥିତିରେ ସାମନା କରିବାକୁ ପଡ଼ିବ ତାହା ଆଲୋଚନା ସାପେକ୍ଷ। କାରଣ ଦୀର୍ଘ ଏଗାରବର୍ଷ ଧରି ଏହି ପ୍ରତିଷ୍ଠିତ ଅନୁଷ୍ଠାନଟି ସ୍ୱୟଂଶାସିତ ନାଁରେ ଚାଲିଥିଲେ  ମଧ୍ୟ ପ୍ରକୃତରେ ଏହା ଜାଲିଆତି ବୋଲି ଖୋଦ୍‌ ମାନ୍ୟବର ମନ୍ତ୍ରୀ ସ୍ୱୀକାର କରିଛନ୍ତି। ତେଣୁ ଏବେ ସହରରେ ଆଲୋଚନା ଆରମ୍ଭ ହୋଇଛି – ଧନ୍ୟ ତୁମେ ସରକାର ବାହାଦୁର  ଓ ଧନ୍ୟ ତୁମ ଶିକ୍ଷା ବ୍ୟବସ୍ଥା ।    

 

Leave A Reply

Your email address will not be published.