ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତ୍ରୁଟି ପୂର୍ଣ୍ଣ ତାଲିକା କୁ ନେଇ ବ୍ଲକ ଘେରିଲା ବିଜେପି

0 3

ବୀରମହାରାଜପୁର, (ବିନୋଦ ପାଣ୍ଡେ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ଦର୍ଶାଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେପି ପକ୍ଷରୁ ବ୍ଲକ ଘେରାଓ କରାଯାଇଛି l ଇଁଜିନିୟର ରଘୁନାଥ ଜଗଦଲା ଙ୍କ ନେତୃତ୍ୱ ରେ ସ୍ଥାନୀୟ ଡାକ ବଙ୍ଗଳା ରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ ପରିଷର କୁ ଯାଇଥିଲେ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ପ୍ରକୃତ ହିତାଧିକାରୀ ଙ୍କୁ ଘର ନମିଳି, ଅଯୋଗ୍ୟ ଲୋକଙ୍କୁ ଚୟନ କରିଥିବାରୁ, ସଠିକ ଭାବରେ ତଦନ୍ତ କରି ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ଦାବୀ କରିଥିଲେ, ଉକ୍ତ ଦାବିପତ୍ର ପ୍ରଦାନ ସମୟରେ ବିଜେପି ଜିଲ୍ଲା ଉପ ସଭାନେତ୍ରୀ ନଳିନୀ ପଣ୍ଡା, ସାଧାରଣ ସମ୍ପାଦକ ବେଣୁଧର ଦାଶ,ମଣ୍ଡଳ ସଭାପତି ହରିହର ପାତ୍ର,ସୁମନ୍ତ ଜଗଦଲା,ରଶ୍ମିତା ଷଡ଼ଙ୍ଗୀ,ସୁରୁବାବୁ ସାହୁ, ରାଧାଚରଣ ମେହେର,ଭୋଳା ଶଙ୍କର ବାଘ,ଶରତ ମିଶ୍ର,ସନତ କୁମାର ହୋତା, ଅମିତ କୁମାର ଭୋଇ, ସେନାପତି ଭୋଇ, ରାମ ପ୍ରସାଦ କର୍ଣ୍ଣ, ଶୁକ ଚରଣ ଭୋଇ, ସୌମିତ୍ରୀ ବିଶ୍ୱାଳ, ଲକ୍ଷିନ୍ଦ୍ର ପଧାନ,ବଳରାମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ l ଚୟନ ପ୍ରକ୍ରିୟା ରେ ବ୍ୟତିକ୍ରମ ହେଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ l ବୀରମହାରାଜପୁର ବି.ଡି. ଓ ମୋତିଲାଲ ସୁଲିଆ ଦାବିପତ୍ର ଗ୍ରହଣ କରିଥିଲେ l

Leave A Reply

Your email address will not be published.