ବୀରମହାରାଜପୁର , (ବିନୋଦ ପାଣ୍ଡେ): ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଉଦୟୀମାନ ଖେଳାଳୀ ଅନ୍ୱେଶ ହୋତା । ଓଡିଶା ତାଇକଣ୍ଡୋ ସଂଘ ପକ୍ଷରୁ ନିକଟରେ ଶେଷ ହୋଇଥିବା ରାଜ୍ୟ ସ୍ତରୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେଇ ସ୍ୱର୍ଣ୍ଣ ପଦକ ହାସଲ ସହ ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନିତ ହୋଇଛନ୍ତି ସେ । ଆସନ୍ତା ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ରାଇବରେଲିରେ ହେବାକୁଥିବା ଜାତୀୟ ଅଫିସିଆଲ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ଅନ୍ୱେଶ । ଏଣୁ ସେ ଆଜି ଭୂବନେଶ୍ୱରରୁ ଓଡିଶାର ଟିମ୍ ସହିତ ରାଇବରେଲି ଗସ୍ତ କରିଛନ୍ତି । ଏହା ପୁର୍ବରୁ ସେ ୬ଥର ଜାତୀୟ ଏବଂ ତିନିଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗନେଇ ସେ ମେଡାଲ ଜିଣିସାରିଥିବାବେଳେ ଚଳିତଥର ମଧ୍ୟ ତାଙ୍କୁ ସଫଳତା ମିଳିବ ବୋଲି ଅନ୍ୱେଶ ଏବଂ ତାଙ୍କ ଛାତ୍ରମାନେ ଅଶା ବାନ୍ଧିଛନ୍ତି । ଅନେଶ୍ୱଙ୍କ ସଫଳତା ପାଇଁ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ,ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ମିଶ୍ର,ଓଡିଶା ତାଇକଣ୍ଡୋ ସଂଘର ସଂପାଦକ ମନମୋହନ ଭଂଜ,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘର ସଭାପତି ରବୀନ୍ଦ୍ର ହୋତା,ବରିଷ୍ଠ କ୍ରୀଡାବିତ ପିତାମ୍ବର ସାହୁ,ବରିଷ୍ଟ ସାମ୍ବାଦିକ ଶେଷଦେବ ବାରିକ,ଯୁଗଳ କିଶୋର ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.