ଓଡ଼ଗାଁ,୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଓ ଏନଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ରାସ୍ତାରେ ଥିବା ୟୁନିଅନ ବ୍ୟାଙ୍କ ଶାଖା ନିକଟ ଏଟିଏମରୁ ମଙ୍ଗଳବାର ଚୋରି ହୋଇଥିବା ନେଇ ଶାଖା ପରିଚାଳକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବ୍ୟାଙ୍କ ଖୋଲିବା ବେଳେ ବ୍ୟାଙ୍କ ସମ୍ମୁଖ ଭାଗରେ ଥିବା ଏଟିଏମର ଦ୍ୱାରକୁ କୌଣସି ଦୁର୍ବୁତ୍ତ ଭାଙ୍ଗିବା ସହିତ ଏଟିଏମ ମଧ୍ୟରୁ ୩ଗୋଟି ଇନଭଟର ବ୍ୟାଟେରି ସମେତ ଚାରଜିଙ୍ଗ ମେସିନ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଚୋରି ହୋଇଥିବା ବ୍ୟାଟେରୀର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଉର୍ଦ୍ଧ୍ବହେବ ବୋଲି ଅନୁମାନ କରାଯାଉଛି। ଅଭିଯୋଗକୁ ଭିତ୍ତି କରି ଥାନା ପକ୍ଷରୁ ଏସଂକ୍ରାନ୍ତରେ ୧୩/୨୩ରେ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିବା ତଦନ୍ତକାରୀ ଅଫିସର ସ୍ଵାଗତ ଦାସ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.