ସେମିଓଟିକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଭରତ ସରକାରଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ

0 3

ନୟାଗଡ(ବିଶ୍ଵଜିତ ନାୟକ) – ନୟାଗଡ଼ ଜିଲ୍ଲା ଇଟାମାଟି କଲେଜ ଛକ ସ୍ଥିତ ସେମିଓଟିକ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ଭରତ ସରକାରଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଜେଏସପି ଫାଉଣ୍ଡେସନ ଓ ସ୍କିଲ ଇଣ୍ଡିଆର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ନୟାଗଡର ସଦସ୍ୟ ତଥା ଇଟାମାଟି କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାୟକ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରାଯିବା ସହ ୨୭ ଜଣ ଛାତ୍ରୀଙ୍କୁ ୪ ମାସର ତାଲିମ ଦିଆଯିବ। ଯାହାଦ୍ଵାରା ସେମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ସେମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ ବୋଲି ସେମିଓଟିକ୍ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ପ୍ରଶିକ୍ଷଣ ପରେ ସାର୍ଟିଫିକେଟ୍ ସହ ଛାତ୍ରୀବୃତ୍ତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଇଂରାଜୀ ବିଭାଗ ଅଧ୍ୟାପକ ବାଇଧର ସାହୁ, ସେମିଓଟିକ ସଂସ୍ଥାର ସେକ୍ରେଟେରୀ ଏବଂ ଅନ୍ୟ ସଦସ୍ୟମାନେ ପ୍ରମୁଖ ଉପସ୍ଥିତ ରହିବା ସହିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାବଦରେ ସମ୍ପୂର୍ଣ ତଥ୍ୟ ରଖିଥିଲେ।

Leave A Reply

Your email address will not be published.