ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପେକ୍ସ ସଭାପତି ମୃତ

0 3

ଶୋକ ପ୍ରକାଶ କଲେ ବିଧାୟକ ସୁଶାନ୍ତ ସିଂହ

ବରଗଡ :- ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଟୁଙ୍ଗିବନ୍ଧଲି ଗ୍ରାମର ଶ୍ରୀ ଗିରିଜା ଶଙ୍କର ଚୌହାନ ଙ୍କର ସୋହେଲା ଛକ ଠାରେ ଏକ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିବା ଘଟଣା ଅଂଚଳ ବାସୀ ଙ୍କୁ ମର୍ମାହତ କରିଛି । ପ୍ରାପ୍ତ ସୂଚନା ଅନୁସାରେ ଶ୍ରୀ ଚୌହାନ ରାଜରାସ୍ତା ଅତିକ୍ରମ କରୁଥିବା ସମୟରେ ଏକ କଣ୍ଟେନର ଧକ୍କାରେ ମୃତ୍ୟ ବରଣ କରିଥିଲେ । ଖବର ପାଇବା ପରେ ସୋହେଲା ପୋଲିସ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ମୃତକ ଙ୍କର ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣା ଘଟାଇଥିବା କଣ୍ଟେନର କୁ ଜବତ କରିବା ସହିତ ଡ୍ରାଇଭର କୁ ଅଟକ ତଖିଛି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ମୃତକ ଙ୍କର ଶବକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସନ୍ଧ୍ୟା ସମୟରେ ଏକ ଶୋକକୁଳ ପରିବେଶରେ ଶହ ଶହ ଲୋକଙ୍କ ଉପସ୍ଥିରେ ନିଜର ଗ୍ରାମ ଟୁଙ୍ଗିବନ୍ଧଲି ରେ ଶ୍ରୀ ଚୌହାନ ଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଶ୍ରୀ ଚୌହାନ ଙ୍କର ବଡ଼ ପୁଅ ଶ୍ରୀ ପୀତବାସ ଚୌହାନ ମୃତ ପିତାଙ୍କୁ ମୁଖାଗ୍ନି ଦେଇଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଚୌହାନ ବର୍ତ୍ତମାନ ଘେସଁ ପେକ୍ସ ର ସଭାପତି ଭାବରେ କାର୍ୟ୍ଯ ତୁଲାଉଥିଲେ । ଏହାପୂର୍ବରୁ ସେ ଥରେ ଛୁରିଆପାଲି ପଞ୍ଚାୟତ ର ସରପଞ୍ଚ ଓ ଥରେ ସମିତି ସଭ୍ୟ ମଧ୍ୟ ଥିଲେ । ଛୁରିଆପାଲି ପଞ୍ଚାୟତ ର ବିଭାଜନ ପରେ ଶ୍ରୀ ଚୌହାନ ନବଗଠିତ ଟୁଙ୍ଗିବନ୍ଧଲି ପଞ୍ଚାୟତ ର ପ୍ରଥମ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ଉଲ୍ଲେଖନୀୟ କାର୍ୟ୍ଯ ଜାରି ପ୍ରଶଂସିତ ହୋଇଥିଲେ । ଶ୍ରୀ ଚୌହାନ ଙ୍କର ଅକାଳ ଵିୟୋଗ ରେ ଅନେକ ବିଶେଷ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଭଟଲି ନିର୍ବାଚନ ମଣ୍ଡଳୀ ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ନିଜ ଶୋକ ସନ୍ଦେଶ ରେ କହିଛନ୍ତି ଯେ ” ଆଜି ଏକ ସଡ଼କ ଦୁର୍ଘଣାରେ ସୋହେଲା ବ୍ଲକ ଟୁଙ୍ଗିବନ୍ଧଲି ଗ୍ରାମର ଶ୍ରୀ ଗିରିଜା ଶଙ୍କର ଚୌହାନଙ୍କ ଅକାଳ ମୃତ୍ୟୁ ଖବର ପାଇ ମୁଁ ମର୍ମାହତ। ସ୍ବର୍ଗତ ଚୌହାନ ଛୁରିଆପାଲି ପଞ୍ଚାୟତରେ ଥରେ ସରପଞ୍ଚ ଭାବରେ ଆଉ ଥରେ ସମିତି ସଭ୍ୟ ଭାବରେ ଏବଂ ଟୁଙ୍ଗିବନ୍ଧଳି ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ନିର୍ବାଚିତ ହୋଇ ନିଷ୍ଠାପର ଭାବରେ ଲୋକଙ୍କ ସେବା କରିଥିଲେ । ଏବେ ସେ ଘେଁସ କୃଷି ସେବା ସମବାୟ ସମିତିର ସଭାପତି ଥିଲେ । ଏହି ଦୁଃଖଦ ସମୟରେ ମୁଁ ସ୍ବର୍ଗତ ଚୌହାନଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି ଓ ସ୍ବର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।”

Leave A Reply

Your email address will not be published.