ଯୋଡ଼ା: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣିକୁ ଭୁବନେଶ୍ୱରଠାରେ ଇଣ୍ଡିଆନ୍ ବିୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଆୟୋଜିତ ୨୪ ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ ୨୦୨୨-୨୩ ଅବସରରେ ୧୨ଟି ପୁରସ୍କାରରେ ସମ୍ମାନିତ କରାଯାଇଛି ।
ଏହି ଅବସରରେ ଟାଟା ଷ୍ଟିଲର ଯୋଡ଼ା ପୂର୍ବ ଲୌହ ଖଣିକୁ ଖଣିଜ ସଂରକ୍ଷଣ ପାଇଁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏହାବ୍ୟତୀତ ଖଣିକୁ ବିଭାଗ-୧ ଅନ୍ତର୍ଗତ ସାମଗ୍ରିକ ପ୍ରଦର୍ଶନ ପାଇଁ ଦ୍ୱିତୀୟ ଓ ଦୀର୍ଘସ୍ଥାୟୀ ବିକାଶ ପାଇଁ ତୃତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।
ସେହିପରି, ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ଖଣିଜ ସଂରକ୍ଷଣରେ ଦ୍ୱିତୀୟ ଓ ଖଣିଜ ବେନିଫିସିଏସନ ରେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ଏହାବ୍ୟତୀତ ଟାଟା ଷ୍ଟିଲର କାଟାମାଟି ଲୌହ ଖଣି ପରିବେଶୀୟ ନିରୀକ୍ଷଣରେ ଦ୍ୱିତୀୟ ପୁରସ୍କାର ହାସଲ କରିଛି ।
ବିଭାଗ-୪ ରେ ଯୋଡ଼ା ପଶ୍ଚିମ ମାଙ୍ଗାନିଜ ଖଣି ବନୀକରଣ ପାଇଁ ପ୍ରଥମ, ସାମଗ୍ରିକ ପ୍ରଦର୍ଶନ ପାଇଁ ପ୍ରଥମ, ପୁନଃରୋପଣ ଓ ଥଇଥାନ ପାଇଁ ଦ୍ୱିତୀୟ ଏବଂ ପ୍ରଚାର ପ୍ରସାର ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିପରି, ବାମେବାରୀ ଖଣିକୁ ଡମ୍ପ ରିକ୍ଲେମେସନ୍ ଏବଂ ତିରିଙ୍ଗପାହାଡ଼ ଖଣିକୁ ଖଣିଜ ବେନିଫିସିଏସନ ପାଇଁ ପ୍ରଥମ ପୁରସ୍କାର ଦିଆଯାଇଛି ।
ବ୍ୟକ୍ତିଗତ ବିଭାଗରେ ଅଭିଷେକ ପଣ୍ଡା, ସିନିଅର ମ୍ୟାନେଜର (ମାଇନିଂ), ଖଣ୍ଡବନ୍ଧ ଖଣି, “ପର୍ଯ୍ୟାବରଣ ବନ୍ଧୁ” ପୁରସ୍କାର ଲାଭ କରିଥିଲେ I
ବିଭିନ୍ନ ଖଣିର ଅଧିକାରୀମାନେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଆଇବିଏମ୍ ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ପଙ୍କଜ କୁଲଶ୍ରେଷ୍ଠଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ କୁଲଶ୍ରେଷ୍ଠ କହିଥିଲେ ଯେ, “ଭାରତ ସରକାରଙ୍କ ନେଟ୍ ଶୂନ୍ୟ ନିର୍ଗମନ୍ ଲକ୍ଷ୍ୟ ହାସଲ କରିବା ଦିଗରେ ନେଟ୍ ଶୂନ୍ୟ ଯାତ୍ରାକୁ ତ୍ୱରାନ୍ୱିତ କରିବାରେ ସହାୟତା ପାଇଁ ଆମକୁ ଅଧିକ ନିର୍ଗମନ ହ୍ରାସ ପ୍ରକଳ୍ପ ଏବଂ କାର୍ବନ୍ ନିରପେକ୍ଷତାକୁ ବିକଶିତ କରିବାକୁ ପଡିବ ।”
ଅନ୍ୟମାନଙ୍କ ମଧ୍ୟରେ ଆଇବିଏମ୍ ଯୋଡ଼ା ପୂର୍ବ ଜୋନ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ୱାଇ ଜି କାଲେ, ପୁର୍ବାଞ୍ଚଳ ଜୋନ୍ ମାଇନିଂ ଆସୋସିଏସନ୍ ସଭାପତି ଆର ଏଲ୍ ମହାନ୍ତି, ଭୁବନେଶ୍ୱର କ୍ଷେତ୍ରର ଆଞ୍ଚଳିକ ଖଣି ନିୟନ୍ତ୍ରକ ବି ଏଲ୍ ଗୁଜର, ଟାଟା ଷ୍ଟିଲ ଯୋଡ଼ା ପୂର୍ବ ଲୌହ ଖଣି ମୁଖ୍ୟ ସରୋଜ ବାନାର୍ଜୀ, କାଟାମାଟି ଲୌହ ଖଣି ଚିଫ୍ ଶିରିସ ଶେଖର, ଖଣ୍ଡବନ୍ଧ ଲୌହ ଖଣି ଚିଫ୍ ଜିଭି ସତ୍ୟନାରାୟଣ, ସମସ୍ତ ଖଣିର ଅପରେସନ୍ସ ବିଭାଗ ହେଡ଼, କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ରାଜ୍ୟର ବିଭିନ୍ନ ଖଣିର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ ସମଗ୍ର ବିଶ୍ୱରେ ଏହାର କାର୍ଯ୍ୟକ୍ଷେତ୍ରରେ ଦୀର୍ଘସ୍ଥାୟୀ ଖନନ ପାଇଁ ପ୍ରତିବଦ୍ଧ ରହିଛି । ଏହାସହିତ କମ୍ପାନୀ ଉଚ୍ଚମାନର ଅନ୍ତର୍ଜାତୀୟ ମାନକ ବଜାୟ ରଖିବା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରମ୍ୟାଟେରିଆଲର ଗୁଣବତ୍ତା ଓ ସଂରକ୍ଷଣକୁ ସୁନିଶ୍ଚିତ କରୁଛି ।
Sign in
Sign in
Recover your password.
A password will be e-mailed to you.