ଜଗତସିଂହପୁର,/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ଜନାର୍ଦ୍ଦନପୁର ରାଜସ୍ୱ ଗ୍ରାମର ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ୧୨୬ ତମ ନେତାଜୀ ଜୟନ୍ତୀ ଉତ୍ସବ ପାଳନ ହୋଇଯାଇଛି l ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ(ବୁଲୁ ନନା)ଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ଭାବେ ସେନାବାହିନୀର ଅବସରପ୍ରାପ୍ତ ସୁବେଦାର ଅଜୟ କୁମାର ମିଶ୍ର, ସମ୍ମାନିତ ଅତିଥି କଣ୍ଟ୍ରାକ୍ଟର ଅଭିମନ୍ୟୁ ମହାନ୍ତି, କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ଦାଶ, ଇଂ ବିଭୁ ପ୍ରସାଦ ଦାଶ, ଯୁବ ଇଂ. ସ୍ୱାଗତ ଦାଶ, ପଣ୍ଡିତ ପ୍ରଭାତ ରଞ୍ଜନ କର, ଦ୍ୱାରିକା ନାଥ ମହାନ୍ତି, ସୁବାସ ଚନ୍ଦ୍ର ବରାଳ, ଷ୍ଟେଟ ବ୍ୟାଙ୍କ ପୂର୍ବତନ ଅଧିକାରୀ ନାରାୟଣ ଦାଶ, ପି ପି ଏଲ ପୂର୍ବତନ କର୍ମଚାରୀ ପର୍ଶୁରାମ ମିଶ୍ର, ସନ୍ତୋଷ ଦାସ, ସୁଶାନ୍ତ ମିଶ୍ର, ପଣ୍ଡିତ ଦିଲ୍ଲୀପ କର, ବନମାଳୀ ଦାଶଙ୍କ ସମେତ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନେତାଜୀଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ନେତାଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଥିଲେ l ମା ସନ୍ତୋଷୀ ଙ୍କ ନିକଟରେ ଘଟ ସ୍ଥାପନ କରାଯାଇ ପ୍ରଦୀପ ପ୍ରଜ୍ବଳନ ଓ ପୂଜନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l କର୍ତ୍ତା ଭାବେ ପର୍ଶୁରାମ ମିଶ୍ର ଓ ପଣ୍ଡିତ ଦିଲ୍ଲୀପ କର ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.