ଜଗତସିଂହପୁର,/ସୁମନ୍ତ କୁମାର ଦାସ: ମହାନ୍ ସ୍ଵାଧୀନତା ସଂଗ୍ରାମୀ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାଳନ ହୋଇଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ପୌରହିତ୍ୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ କଲେଜ ଛକ ଠାରେ ଥିବା ନେତାଜୀଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସ୍ବାଧୀନତା ଆନ୍ଦୋଳନରେ ନେତାଜୀ ଭୂମିକା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୌରାଧକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧକ୍ଷ ତଥା ପିସିସି ସମ୍ପାଦକ ବିପ୍ଳବ ଚୌଧୁରୀ,ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦିପ୍ତ କୁମାର ସାହୁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ସରପଞ୍ଚ ଲିପକ ସାହୁ, ମହିଳା କଂଗ୍ରେସ ସଭାନେତ୍ରୀ ମାନସୀ ନନ୍ଦ, ପୂର୍ବତନ ସରପଞ୍ଚ ନିରଞ୍ଜନ ସେନ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବନେତା ଦାସରଥୀ ସ୍ବାଇଁ,ପାରିଷଦ ଜଗଦାନନ୍ଦ ପଢିହାରୀ,ଯୁବ କଂଗ୍ରେସ ସଭାପତି ସ୍ବାସ୍ତୀ ପ୍ରସାଦ ମିଶ୍ର, ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.