ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ପୁଲିସ ସୋମବାର ୩୦ ଲିଟର ରନ୍ଧା ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଯାଇଥିବା ଜଣାପଡିଛି।
ଗିରଫ ଅଭିଯୁକ୍ତ ଦୁଇଜଣ ଯଦୁପଲ୍ଲୀ ଗ୍ରାମର ନାରାୟଣ ଜାନି (୫୮) ଓ ବେରୁଆଁବାରୀ ଗ୍ରାମର ରାଜକିଶୋର ସାହୁ।ସୂଚନା ଅନୁଯାୟୀ ଓଡ଼ଗାଁ ପୁଲିସ ପକ୍ଷରୁ ରବିବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ପାଟ୍ରୋଲିଂ ଚାଲିଥିବାବେଳେ ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ଯଦୁପଲ୍ଲୀ ଛକ ନିକଟରେ ନାରାୟଣ ଜାନୀ ମଦ ବିକ୍ରି କରୁଥିବା ଖବର ପାଇ ପୁଲିସ ତାକୁ ଗିରଫ କରିବା ସହ ତା ଠାରୁ ୨୦ ଲିଟର ମଦ ଜବତ କରିଥିଲା।ଠିକ ସେହିପରି ବନ୍ଧାଭୂଇଁ ଓ ଯଦୁପଲ୍ଲୀ ରାସ୍ତା ମଧ୍ୟରେ ରାଜକିଶୋର ମଦ ଧରି ଯାଉଥିବା ସମୟରେ ପୁଲିସର ସନ୍ଦେହ ହେବାରୁ ତାକୁ ଅଟକ ରଖିଥିଲା ଓ ତା ଠାରୁ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିଲା।ଏ ସଂକ୍ରାନ୍ତରେ ଓଡ଼ଗାଁ ଥାନାରେ ୧୧/୨୩ ଓ ୧୨/୨୩ ଦୁଇଟି ପୃଥକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା।
Sign in
Sign in
Recover your password.
A password will be e-mailed to you.