ଓଡ଼ଗାଁ ଗସ୍ତରେ ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ : ରଘୁନାଥଜୀଉଙ୍କ ମନ୍ଦିର ଓ ଅଗ୍ନିଶମ କାର୍ଯ୍ୟାଳୟ ପରିଦର୍ଶନ

0 3

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ): ସୋମବାର ଓଡିଶା ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ତଥା ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ ଓ ନାଗରିକ ପ୍ରତିରକ୍ଷା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ସପତ୍ନୀକ ଓଡ଼ଗାଁ ଗସ୍ତରେ ଆସି ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ସରକାରୀ ପଲ୍ଲୀଟେକନିକ ନିକଟରେ ଥିବା ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ବୁଲି ଦେଖିଥିଲେ । ପ୍ରଥମେ ରଘୁନାଥଜୀଉଙ୍କ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ଇତିହାସ ଓ ଜନ୍ମବୃତ୍ତାନ୍ତ,ରୀତିନୀତି ଓ ପୂଜା ପାର୍ବଣ ସମ୍ପର୍କରେ ପଚାରି ବୁଝିଥିଲେ।ପୂଜକ ପରିଷଦଗଣ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ଫାଣ୍ଡିରେ ପୁଲିସ କର୍ମଚାରୀ ମୁତୟନ ନିମନ୍ତେ ଅନୁରୋଧ କରିଥିଲେ। ପରିଶେଷରେ ସରକାରୀ ପଲ୍ଲୀଟେକନିକ ନିକଟରେ ଥିବା ଅଗ୍ନିଶମ ବିଭାଗର କାର୍ଯ୍ୟାଳୟ ପରିଦର୍ଶନ କରି ଫେରିଥିବା ଜଣାପଡିଛି।ଏହି ଗସ୍ତ ସମୟରେ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ସୁପରଭାଇଜର ଜିତେନ୍ଦ୍ର କୁମାର ମିଶ୍ର ଓ ପୂଜକ ପରିଷ ସଭାପତିଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.