ଭୁବନେଶ୍ୱର: ସାମୁଦ୍ରିକ ଝଡର ସାମାଜିକ ଓ ଅର୍ଥନୈତିକ ପ୍ରଭାବ ଏବଂ ଓଡିଶା ର ଅଧିବାସୀ ଏହା ସହ କିଭଳି ଭାବେ ଖାପଖୁଆଇ ପାରୁଛନ୍ତି ଏବଂ ବିଶେଷ ଭାବେ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେଇ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଏ ସଂପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
ସାମୁଦ୍ର୍ରିକ ଝଡକୁ ନେଇ ସଚେତନତା ସୃଷ୍ଟି କରିବା ସହ ଏହି ବାତାବରଣ ଭିତରେ କିଭଳି ଲୋକମାନେ ନିଜକୁ ଖାପଖୁଆଇ ପାରିବେ ତାର ପ୍ରଚାର ପ୍ରସାର ହିଁ ଏହି କର୍ମଶାଳାର ଲକ୍ଷ୍ୟ ବୋଲି କର୍ମଶାଳାର କାର୍ଯ୍ୟକାରୀ ସଂପାଦକ ଶ୍ରୀ ସତ୍ୟରଂଜନ ଦାଶ ସୂଚନା ଦେଇଛନ୍ତି ।
କାନଡା ଭାଙ୍କ୍ୟୁଭର ସ୍ଥିତ କେ.ପି ୟୁନିଭର୍ସିଟି, ବିଟସ୍- ପିଲାନୀ ( ହାଇଦ୍ରାବାଦ କ୍ୟାମ୍ପସ୍) ଏବଂ ଶାସ୍ତ୍ରୀ ଇନ୍ଡୋର –କାନାଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ମିଳିତ ଭାବେ ଗ୍ରହଣ କରାଯାଇଥିବା ଗବେଷଣାର ବିଷୟବସ୍ତୁ କୁ ନେଇ ଏହି କର୍ମଶାଳା ରେ ଆଲୋଚନା କରାଯାଇଥିଲା । ସୋଆ ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ଏବଂ ସେଂଟର ଫର୍ କ୍ଲାଇମେଟ୍ ସ୍ମାର୍ଟ ଏଗ୍ରିକଲଚର(ସିସିସଏ) ପକ୍ଷରୁ ମଧ୍ୟ ସାମୁଦ୍ରିକ ଝଡକୁ ଓଡିଶାର ଲୋକମାନେ କିପରି ମୁକାବିଲା କରୁଛନ୍ତି ଏହା ନେଇ ଗବେଷଣା କରାଯାଉଛି ।
ଏହି କର୍ମଶାଳାରେ ବଙ୍ଗୋପସାଗର ଉପକୂଳ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସବୁଠାରୁ ସଂବେଦନଶୀଳ ହୋଇଥିବାବେଳେ ଓଡିଶା ଉପକୂଳବାସୀ ସର୍ବାଧିକ ଘୂର୍ଣିଝଡର ସାମ୍ନା କରୁଛନ୍ତି ବୋଲି ଏହି କର୍ମଶାଳାରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ୧୮୯୧ରୁ ୨୦୧୮ ମଧ୍ୟରେ ଓଡିଶା ଉପକୂଳ ୧୧୦ଟି ବାତ୍ୟାକୁ ସାମ୍ନା କରିଛି ବୋଲି କର୍ମଶାଳାରେ ପ୍ରକାଶ ପାଇଥିଲା ।
ଏହି କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେ.ପି ବିଶ୍ୱବିଦ୍ୟାଳୟର ଭୂଗୋଳ ଏବଂ ପରିବେଶ ବିଭାଗର ଫ୍ୟାକଲ୍ଟି ଆଣ୍ଡ ଚେୟାର ପ୍ରଫେସର ଦୋଳ ଗୋବିନ୍ଦ ପ୍ରଧାନ, ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଶ୍ରୀ ଏଚ୍.ଆର୍ ବିଶ୍ୱାସ, ସୋଆର କୁଳପତି ପ୍ରଫେସର ବିଜୟ କୁମାର ସାହୁ ଏବଂ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବକ୍ତବ୍ୟ ରଖିଥିଲେ ।
ବିଟସ୍ ପିଲାନୀ ପକ୍ଷରୁ ଡକ୍ଟର ଅର୍ଚ୍ଚନା ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ପରିପ୍ରେକ୍ଷୀରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେ.ପି ବିଶ୍ୱବିଦ୍ୟାଳୟର ଭୂଗୋଳ ଏବଂ ପରିବେଶ ବିଭାଗର ଫ୍ୟାକ୍ଲ୍ଟି ଆଣ୍ଡ ଚେୟାର ପ୍ରଫେସର ଦୋଳ ଗୋବିନ୍ଦ ପ୍ରଧାନ । ଏହି ଅବସରରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.