ବରଗଡ :- ଭାରତର ସ୍ୱାଧୀନତା ସଂଗ୍ରାମ ବାବଦରେ ଇତିହାସ ଅନେକ କିଛି କହୁଛି ଆଉ ଅନେକ କିଛି ତଥ୍ୟ କୁ ଅଣଦେଖା କରି ଦିଆଯାଇଛି । ଐତିହାସିକ ମାନଙ୍କ ମତରେ ସିପାହୀ ବିଦ୍ରୋହ ( ୧୮୫୭ ) ହେଉଛି ଇଂରେଜ ମାନଙ୍କ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ । କିନ୍ତୁ ସମ୍ବଲପୁର ମାଟି କହୁଛି ଯେ ଏହି 1857 ମସିହା ସିପାହୀ ବିଦ୍ରୋହ ର ବହୁତ ପୂର୍ବର ସମ୍ବଲପୁର ଓ ଆଖପାଖ ଅଞ୍ଚଳର ବୀର ଯୋଦ୍ଧା ମାନେ ବୀର ସୁରେନ୍ଦ୍ର ସାଏ ଙ୍କର ନେତୃତ୍ୱରେ ଏକତ୍ରିତ ହୋଇ ଇଂରେଜ ମାନଙ୍କ ବିରୋଧ ରେ ଲଢେଇ ଅରମ୍ବ କରିଦେଇଥିଲେ । ବୋଧ ହୁଏ ଏଥିପାଇଁ ଅନେକ ବିଜ୍ଞ ବ୍ୟକ୍ତି ଙ୍କର ମତ ଯେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଲଢେଇ ସମ୍ବଲପୁର ମାଟିରୁ ସୁରେନ୍ଦ୍ର ସାଏ ଙ୍କର ନେତୃତ୍ବରେ ଆରମ୍ଭ ହୋଇଥିଲା । ବୀର ସୁରେନ୍ଦ୍ର ସାଏ ପ୍ରତ୍ୟେକ ଭାରତୀୟ ଙ୍କର ପାଇଁ ପୂଜ୍ୟ ଏଥିରେ ସନ୍ଦେହ ନାହିଁ । ଅତି ଦୁଃଖର ବିଷୟ ଯେ ନିଜ ମାଁ ମାଟି ଉ ବ୍ରିଟିଶ କବଳରୁ ମୁକ୍ତ କରେଇବା ପାଇଁ ନିଜ ଜୀବନ ର 38 ବର୍ଷ ଜେଲର କାଲକୋଠରୀ ଭିତରେ ବିତାଇ ସହିଦ ହୋଇ ଯାଇଥିବା ବୀର ସୁରେନ୍ଦ୍ର ସାଏ ଙ୍କର ବାବଦରେ ଆଜିକାର ଯୁବ ସମାଜ ଯେତେ ଜାଣିବା କଥା ଜାଣି ନାହାନ୍ତି ବା କହିବାକୁ ଗଲେ , ଏହି ମହାନ ଜନନାୟକ ଙ୍କୁ ଲୋକେ ଭୁଲିବାକୁ ବସିଲେଣି । ଏଠାରେ ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ର ମହାନ ନେତା ଡା ନେଲସନ ମଣ୍ଡେଲା ସ୍ୱାଧୀନତା ସଂଗ୍ରାମ ପାଇଁ 27 ବର୍ଷ ଜେଲ ରେ ରହିଥିବା ବେଳ ସୁରେନ୍ଦ୍ର ସାଏ 38 ବର୍ଷ ଜେଲ ନିର୍ଯାତନା ଭୋଗ କରିଥିଲେ ।
ଦେଶର , ରାଜ୍ୟର, ଓ ଅଞ୍ଚଳର ମହାନ ବୀର ମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭଟଲି ନିର୍ବାଚନ ମଣ୍ଡଳୀର ସିଂହଦ୍ଵାର କୁହା ଯାଉଥିବା 10ମାଇଲ ଛକ ଠାରେ ସ୍ଵାଧିନତା ସଂଗ୍ରାମ ର ମୁକ୍ତିକାମୀ ଯୋଦ୍ଧା ବୀର ସୁରେନ୍ଦ୍ର ସାଏଙ୍କ ୨୧୫ ତମ ଜୟନ୍ତୀ ଅବସରରେ ତାଙ୍କ ପୂର୍ଣ୍ଣାଙ୍ଗ ଅଶ୍ୱାରୋହୀ ପ୍ରତିମୂର୍ତ୍ତୀ ଆଜି ସ୍ଥାପନ କରାଯାଇଛି । ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଙ୍କର ତତ୍ୱବାଧାନ ରେ , ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବିଜେଡି ଯୁବନେତା ତଥା ୧୦ମାଇଲ୍ ବିକାଶ ପରିଷଦ ର ସଭାପତି ଶ୍ରୀ ସୁବ୍ରତ ସିଂହ ଏବଂ ବିଶ୍ବନାଟ୍ୟ ଇତିହାସରେ ରେକର୍ଡ ୫ ହଜାର ରାତ୍ରୀ ରଙ୍ଗମଞ୍ଚ ରେ ବୀର ସୁରେନ୍ଦ୍ର ସାଏ ଙ୍କର ଭୂମିକାରେ ଅଭିନୟ କରି ଲୋକଙ୍କ ସ୍ନେହ ଓ ଶ୍ରଦ୍ଧା ହାସଲ କରିଥିବା କଳାକାର ତଥା ମହାନାୟକ ଶ୍ରୀ ଭୁବନ ଭୋଇ , ଦ୍ବୟ ଙ୍କ କରକମଳ ରେ , ବୀର ସୁରେନ୍ଦ୍ର ସାଏ ଙ୍କର 215 ତମ ଜୟନ୍ତୀ ଅବସରରେ ଉନ୍ମୋଚନ ହୋଇ ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡିଶାର ମହାନ ନାଟ୍ୟକାର , ନିର୍ଦେଶକ ସ୍ବର୍ଗତ ଭଗବାନ ସାହୁ ଙ୍କର ଦ୍ୱାରା ରଚିତ ବୀର ସୁରେନ୍ଦ୍ର ସାଏ ନାମକ ନାଟକ ରେ ବୀର ସୁରେନ୍ଦ୍ର ସାଏ ଙ୍କର ଭୂମିକା ରେ ରେକର୍ଡ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଥର ନିଖୁଣ ଭାବରେ ଅଭିନୟ କରିଛନ୍ତି ଶ୍ରୀ ଭୁବନ ଭୋଇ ।
ସହିତ ନିକଟ ଭବିଷ୍ୟତରେ ଅଂଚଳର ଅନେକ ବୀରପୁତ୍ର ଓ ବରପୁତ୍ର ମାନଙ୍କ ଆବକ୍ଷ ମୂର୍ତ୍ତି ଆସନ୍ତା ୨୦୨୪ ପୂର୍ବରୁ ସ୍ଥାପନ କରାଯିବ ବୋଲି ଦସମାଇଲ ବିକାଶ ପରିଷଦ ତରଫରୁ ନିଆଯାଇଛି ନିଆଯାଇଛି ।
ଆଜି ଏହି ଉତ୍ସବ ଅବସରରେ ସମାଜସେବା କ୍ଷେତ୍ର ନିଜର ଅତୁଳନୀୟ ଯୋଗଦାନ ପାଇଁ ସୋହେଲା ଥାନା ଅଧିକାରୀ ଶ୍ରୀ ହରିବନ୍ଧୁ ଗଡ଼ତିଆ , ସଙ୍ଗୀତଜ୍ଞ ଶ୍ରୀ ଦଧିବାମାନ ସଥପଥି, ଗାୟକ କୃଷ୍ଣଚନ୍ଦ୍ର ପ୍ରଧାନ ଲେଖକ ବୈଷ୍ଣବ ଭୋଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ll ଅନ୍ୟ ମାନଙ୍କ ମଧ୍ୟରେ ସଭା ରେ ମୁଖ୍ୟ ଅତିଥି ଭାବରେ , ସୁପର ହିଟ ସମ୍ବଲପୁରୀ ଚଳଚ୍ଚିତ୍ର ଶଳା ବୁଢା ରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ବିଶିଷ୍ଟ ସିନେ ଅଭିନେତ୍ରୀ ଡ଼ ତପସ୍ୱିନୀ ଗୁରୁ , ପ୍ରଫେସର ଶେଷନ ବିଶି , ବିଶିଷ୍ଟ ଆଇନଜୀବି ଶ୍ରୀ ଦ୍ୟୁତିଶ ଆଚାର୍ଯ୍ୟ, ପଶ୍ଚିମ ଓଡ଼ିଶାର ଜଣା ଶୁଣା ବିଶିଷ୍ଟ ବିପ୍ଳବୀ କବି ଶ୍ରୀ ନୀତିଶ ଆଚାର୍ଯ୍ୟ ଏବଂ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦେଇ ବୀର ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.