ନବରଙ୍ଗପୁର/ଅଶୋକ ସାହୁ: ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କଷାଗୁମୁଡା ସଦର ମହକୁମା ଠାରେ. ଜଙ୍ଗଲ କୁ ସୁରକ୍ଷା ଦେବ ଦିଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି. ଜଙ୍ଗଲ କୋଟା ନ ଯିବା ପାଇଁ ଗ୍ରାମ ଗ୍ରାମ ବୁଲି ଲକଙ୍କୁ ସଚେତନ କରିବା ପାଇଁ ସରକାର ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛି ତଥାପି କଷାଗୁମୁଡା ବ୍ଲକ ର ବିଭିନ୍ନ ଜଙ୍ଗଲ ଧୀରେ ଧୀରେ ଲପ ପାଇବାରେ ଲାଗିଛି. ବ୍ଲକ ରେ ବନବିଭାଗ ର ଅଫିସ ଥାଇ ମଧ୍ୟ ସରଂକ୍ଷିତ ଜଙ୍ଗଲ ଗୁଡିକ ସଫା ହେବାକୁ ବସିଲାଣି ଯାହାକୁ ନେଇ ଏବେ ଚିନ୍ତା ରେ ଅଞ୍ଚଳବାସି.କଷାଗୁମୁଡା ସଦରମହକୁମା କୁ ଲାଗି ରହିଥିବା ସରଂକ୍ଷିତ ଜଙ୍ଗଲ ଯାହା କି କଷାଗୁମୁଡା ଓ ଛେଳିପଦର ମଧ୍ୟରେ ରହିଛି. ବିଗତ ଦିନ ମାନଙ୍କରେ ଜଙ୍ଗଲ ଟି ଅତି ଘଞ୍ଚ ରହିଥିଲା କିନ୍ତୁ ବର୍ତମାନ ଦେଖିଲେ ଲାଗୁଛି ଯେ ରାତି ଦିନ ଗଛ କୋଟାଯାଇ ଜଙ୍ଗଲ ଟି ସମ୍ପୂର୍ଣ ଭାବେ ଲୋପ ପାଇବାକୁ ବସିଲାଣି. ଦୁଃଖର କଥା ଯେ ଏଠି ବନବିଭାଗ ଅଫିସ ରହିଥିବା ସ୍ୱତେ ମଧ୍ୟ କାହାର ନଜର ଟିକେ ପଡ଼ୁ ନାହିଁ ବୋଲି ଅଞ୍ଚଳ ବାସି ମତ ପ୍ରକାଶ କରୁଛନ୍ତି.ଏହି ଜଙ୍ଗଲ ଉପରେ ପ୍ରାୟ ତିନି ରୁ ଚାରି ଗ୍ରାମବାସୀ ନିର୍ଭର କରନ୍ତି. ଜାଳେଣି କାଠ ହେଉ ବା ଜଙ୍ଗଲ ଯାତ ଦ୍ରବ୍ୟ ପାଇଁ ଚାରି ଗ୍ରାମ ବାସି ଏହି ଜଙ୍ଗଲ କୁ ନିର୍ଭର କରିଆସୁଥିବା ବେଳେ ଏବେ ଜଙ୍ଗଲ ଟି ଲପ ପାଇବାରେ ବସିଲାଣି ଯାହାକୁ ନେଇ ଏବେ ଚିନ୍ତା ରେ ଅଞ୍ଚଳ ବାସି. ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଜଙ୍ଗଲ କୁ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହେଉଛି ବନବିଭାଗ. ଜଙ୍ଗଲ ରୁ ଦିନକୁ ଦିନ ବହୁ ସଂଖ୍ୟା ରେ ବଡ଼ ବଡ଼ ଗଛ କୋଟାଯାଉଛି କିନ୍ତୁ ବନବିଭାଗ ଅଧିକାରୀ ମାନେ ଦୃଷ୍ଟି ଦେଉ ନାହାନ୍ତି. ଯଦି ଏମିତି ହିଁ ଜଙ୍ଗଲ କୋଟା ଚାଲିଥିବ ତ ଆଗାମୀ ଦିନରେ ଜଙ୍ଗଲ ଟି ସମ୍ପୂର୍ଣ ଭାବେ ଖାଲି ହେଇଯିବ. ଏଣୁ ତୁରନ୍ତ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଲପ ପାଇବାକୁ ବସିଥିବା ସରଂକ୍ଷିତ ଜଙ୍ଗଲ କୁ ଉଦ୍ଧାର କରନ୍ତୁ ବୋଲି ଅଂଚଳବାସୀ ଙ୍କ ଦାବି ହେଉଛି. ଏବେ ଦେଖିବାର ବାକି ରହିଲା ଯେ ବନବିଭାଗ ର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ?
Sign in
Sign in
Recover your password.
A password will be e-mailed to you.
Next Post