ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପଥରା ନାଚୁରାଲ ଫୁଡ୍ ଫାର୍ମ ପରିସରରେ ଶୁକ୍ରବାର ଦିନ ଫାର୍ମ ପରିଚାଳକ ସୁରେଶ ଚନ୍ଦ୍ର ହୋତାଙ୍କ ପରିଚାଳନାରେ ଉତ୍ପାଦନକୁ ଦୀର୍ଘସ୍ଥାୟୀ କରିବା ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରରେ ପଦ୍ମଶ୍ରୀ ସାବରମତୀ(ସମ୍ଭବ), ଜାତୀୟ ଉଦ୍ୟାନ ପରୀକ୍ଷଣ ସଂସ୍ଥାନ ଭୁବନେଶ୍ୱରର ପ୍ରମୁଖ ବୈଜ୍ଞାନିକ ଡଃ କୁନ୍ଦନ କିଶୋର ଓ ବରିଷ୍ଠ ବୈଜ୍ଞାନିକ ଡଃ ଦିଟା ସାମନ୍ତ, ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ର ସହକାରୀ ଯନ୍ତ୍ରୀ ସୁଚି ସ୍ମିତା ଦିବେଦି, ସୁସ୍ଥ ମୃତ୍ତିକା ବୈଜ୍ଞାନିକ ଡଃ ଲତା ମଲିକ, ଭର୍ତି କମ୍ପୋଷ୍ଟ ପରାମର୍ଶ ଦାତା ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ଅନାଦି ଦାସ, ଡ୍ରାଗନ ଫଳଚାଷ ପରାମର୍ଶ ଦାତା ଅକ୍ଷୟ ସେଠୀ, ମହୁଚାଷ ପରାମର୍ଶ ଦାତା ଆଲୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଅଂଶଗ୍ରହଣ କରିଥିବା ୫୦ରୁ ଉର୍ଦ୍ଧ୍ବ ଉଦ୍ୟାନ ଚାଷିଙ୍କୁ ସ୍ଥାୟୀ ଫଳ ଓ ପନିପରିବା ନିୟମିତ ଉତ୍ପାଦନ ସଂମ୍ପର୍କରେ ବୁଝାଇଥିଲେ । ଏତଦବ୍ୟତୀତ ଡ୍ରାଗନ ଫଳ ଚାଷ ସହିତ ମହୁଚାଷ, କଦଳୀ, ପିଜୁଳି, କଖାରୁ, ତୁଳା, ଝୁଲଣ, ବିର୍ସା, ସପୁରୀ, ଧନିଆ, ଅମୃତଭଣ୍ଡା ଏବଂ ସଜନା ଛୁଇଁ ସହିତ ଗେଣ୍ଡୁ, ଗୋଲାପଫୁଲ ଚାଷର ମମତା ନାଚୁରାଲ ପାର୍କରେ କ୍ଷେତ୍ରୀୟ ପ୍ରଦର୍ଶନ କରାଇ ବୈଜ୍ଞାନିକ ମାନେ ନିଜେ ବୁଝିବା ସହିତ ଅନ୍ୟ ଅଶଂଗ୍ରହଣକାରୀଙ୍କୁ ବୁଝାଇଥିଲେ । ଏବଂ ସୁରେଶ ଚନ୍ଦ୍ର ହୋତାଙ୍କ ଦ୍ଵାରା ପରୀକ୍ଷା ମୁଳକ ଫଳ ଚାଷର ନିୟମିତ ଉତ୍ପାଦନ ପ୍ରଣାଳୀର ଭୁୟସୀ ପ୍ରଶଂସା କରିଥିଲେ । ଜଣେ ଚାଷୀ କୈାଣସି ଏକ ନିର୍ଦ୍ଦିଷ୍ଟ ଚାଷ କରୁଥିବା ବେଳେ ସେହି ସ୍ଥାନରେ ଅନ୍ୟ ସ୍ବଳ୍ପକାଳିନ ଚାଷକରି ଲାଭବାନ ହୋଇପାରିବ ତାହାର ଜ୍ଵଳନ୍ତ ଉଦାହରଣ ଆଖିରେ ଦେଖିବା ପରେ ଅଂଶଗ୍ରହଣ କରିଥିବା ଚାଷୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । କାର୍ଯ୍ୟକ୍ରମର ପରିଶେଷରେ ନୟାଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷ ମୀରା ନାୟକ, କୋମଣ୍ଡ ଏବଂ ରଙ୍ଗଣୀପାଟଣା ସରପଞ୍ଚ ଦିପିକା ସେଠୀ ଓ ସସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.