ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସଭାପତି ଡା. ଗୋପୀନାଥ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ନୟାଗଡ ଜିଲ୍ଲାପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲାପରିଷଦ ସଭ୍ୟା ବିରଜା ଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ସରପଞ୍ଚ ବିଜନ ପାଇକରାୟ, ସମିତି ସଭ୍ୟା କନକ ପାତ୍ର, ରଙ୍ଗଣୀପାଟଣା ସରପଞ୍ଚ ସସ୍ମିତା ପାତ୍ର, ବିଭୁପ୍ରସାଦ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ଭାବଗ୍ରାହୀ କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ବିଜୟାନନ୍ଦ ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିଲେ। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରିଣୀ ଶ୍ରୀମତୀ ସୁଷମା ମଞ୍ଜରୀ ପାଣିଗ୍ରାହୀ ଓ ଇଂରାଜୀ ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ଅତିଥି ମାନଙ୍କୁ ଉପଢୈ।କନ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ କ୍ରୀଡାଶିକ୍ଷକ ସୁବାଷ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଆରକ୍ଷୀ ପ୍ରଶିକ୍ଷକ ରଜତ ମହାପାତ୍ର ଅଂଶଗ୍ରହଣ କରିଥିଲେ । ସାଂସ୍କୃତିକ ବିଭାଗର କନିଷ୍ଠ ଚମ୍ପିୟାନ ସୁଚିତ୍ରା ନାୟକ, ବରିଷ୍ଠ ଚମ୍ପିୟାନ ସୋନାତା ଦାସ ଏବଂ ରାମଶଙ୍କର ପ୍ରଧାନ, ସୁନିତା ସାମଲ, ରୀତାଞ୍ଜଳୀ ମହାପାତ୍ର, ସ୍ବାଧୀନ ନାୟକଙ୍କୁ ସ୍ବତନ୍ତ୍ରଟ୍ରଫି ସହିତ କୃତିତ୍ବ ହାସଲ କରିଥିବା ଅନ୍ୟ ବିଦ୍ୟାର୍ଥୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅଧ୍ୟାପକ କୃଷ୍ଣଚନ୍ଦ୍ର ସାହୁ ସମସ୍ତ ସମାଗତ ଅତିଥି ଅଧ୍ୟକ୍ଷ କର୍ମଚାରୀ ଅଭିଭାବକ ତଥା ବିଦ୍ୟାର୍ଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.