ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ ଜଣ , ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗତକାଲି ଯଥା ୧୭ ଜାନୁୟାରୀରେ ଭୁବନେଶ୍ବର କଳିଙ୍କ ଷ୍ଟାଡ଼ିଅମ୍ ରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ୍ କୁ ଉପଭୋଗ କରାଇଥିଲା।
ଏହି ହକି ବିଶ୍ବକପ୍ କୁ ଯାଇଥିବା ମୋଟ ଶିଶୁମାନଙ୍କ ମଧ୍ୟରୁ ୧୨ ଜଣ ପୁଅ ହୋଇଥିବା ବେଳେ ୮ ଜଣ ଝିଅ ଅଛନ୍ତି। ସେମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀ ଡ଼ି.ମଲ୍ଲିକଙ୍କ ନେତୃତ୍ବରେ ତିନି ଜଣିଆ ଦଳ ଗସ୍ତ କରିଛନ୍ତି।
ଶିଶୁମାନେ କଳିଙ୍କ ଷ୍ଟାଡ଼ିଅମରେ ଉପସ୍ଥିତ ରହି ଓଡ଼ିଶା ସରାକରଙ୍କ ଦ୍ବାରା ଆୟୋଜିତ ସମସ୍ତ ଜିନିଷକୁ ବୁଲି ଦେଖିବା ସହ କୋରିଆ-ଜାପାନ୍ ଏବଂ ଜର୍ମାନୀ-ବେଲଜିଅମ୍ ର ପ୍ରତିଯୋଗିତାକୁ ଭରପୁର ଉପଭୋଗ କରିଥିଲେ। ପିଲାମାନଙ୍କର ଖାଇବା , ରହିବା ସହ ବୁଲିବା ନିମନ୍ତେ ହାଇଟେକ୍ ଗ୍ରୁପ୍ , ଭୂବନେଶ୍ବର ଦାୟିତ୍ବ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post