ଓଡ଼ିଶା କ୍ରାଫ୍ଟ ଓଡିସୀ ଉପସ୍ଥାପନ କରୁଛି ମୋଲ୍ଟେନ୍ ମନୋଲିଥ୍, ଡୋକ୍ରାର ଜୀବନ୍ତ ପରମ୍ପରାର ଅନୁସନ୍ଧାନ କରୁଥିବା ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ
ଭୁବନେଶ୍ୱର: ଓଡ଼ିଶା କ୍ରାଫ୍ଟ ଓଡିସୀ (ଓସିଓ) ତାହାର ଆବାସିକ କାର୍ଯ୍ୟକ୍ରମ (ରେଡିଡେନ୍ସି ପ୍ରୋଗ୍ରାମ)ର ତୃତୀୟ ସଂସ୍କରଣରୁ ଉବଦ୍ଭ ଏକ ଗବେଷଣା ଭିତ୍ତିକ ପ୍ରଦର୍ଶନୀ ମୋଲ୍ଟେନ୍ ମନୋଲିଥ୍ ଉପସ୍ଥାପନ କରୁଛି, ଯାହା ଓଡ଼ିଶାର ଡୋକ୍ରା ଧାତୁ- ଢଳେଇ ପରମ୍ପରାର ଇତିହାସ, ପଦାର୍ଥଗତ ଜ୍ଞାନ ଏବଂ ସମକାଳୀନ କାର୍ଯ୍ୟଭ୍ୟାସ ସମ୍ପର୍କରେ ଅନୁସନ୍ଧାନ କରୁଛି । ଶିବଦାସ ସେନଗୁପ୍ତାଙ୍କ ଦ୍ୱାରା ସଂଯୋଜିତ ଏହି ପ୍ରଦର୍ଶନୀ ତିନିଜଣ ବାସିନ୍ଦା ରୀମା କେ., ମୁସ୍କାନ ସିଂ ଏବଂ ତେଜପାଲ କାୱାଚିଙ୍କର ଗବେଷଣା ଓ କଳାତ୍ମକ ଅନୁସନ୍ଧାନଗୁଡିକୁ ଏକତ୍ରିତ କରିବା ସହିତ ଢେଙ୍କାନାଳର ଡୋକ୍ରା ଶିଳ୍ପ ପୁଞ୍ଜର ପ୍ରବୀଣ କାରିଗରମାନଙ୍କର ଅବଦାନକୁ ମଧ୍ୟ ସ୍ଥାନିତ କରୁଛି । ପ୍ରଦର୍ଶନୀର ପୂର୍ବାବଲୋକନ ୨୦୨୬ ନଭେମ୍ବର ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୫ଟାରୁ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀଠାରେ ଆୟୋଜିତ ହେବ ଏବଂ ଏହା ୨୦୨୬ ଡିସେମ୍ବର ୭ ତାରିଖ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ ।
ଓସିଓ ପକ୍ଷରୁ ଓଡ଼ିଶାର ବିବିଧ କାରିଗରୀ ପରମ୍ପରାଗୁଡିକ ନଥିବଦ୍ଧ କରିବା ଏବଂ ସେଗୁଡିକ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଉତ୍ସର୍ଗୀକୃତ ଏହି ପ୍ରୟାସ ପୂର୍ବରୁ ୨୦୨୪ରେ କଂସା (ବେଲ୍ ଧାତୁ) ଏବଂ ୨୦୨୫ରେ ପିପିଲିର ଚାନ୍ଦୁଆ କାରୁକାର୍ଯ୍ୟ ପରମ୍ପରା ଉପର ଦୃଷ୍ଟିନିବଦ୍ଧ କରୁଥିବା ଆବାସିକ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଏହି ଗବେଷଣାଭିତ୍ତିକ ଯାତ୍ରାକୁ ଜାରି ରଖି ତୃତୀୟ ସଂସ୍କରଣ ତାହାର ଦୃଷ୍ଟି ଡୋକ୍ରା ଉପରେ ନିବଦ୍ଧ କରିଛି ଏବଂ ଏକ ମୁକ୍ତ ଆହ୍ୱାନ ଜରିଆରେ କଳାକାର ଏବଂ ଗବେଷକମାନଙ୍କୁ ଏକତ୍ରିତ କରୁଛି । ମନୋନୟନ ପ୍ରକ୍ରିୟାରେ ଜଣେ ଦୃଶ୍ୟ କଳାକାର (ଭିଜୁଆଲ୍ ଆର୍ଟିଷ୍ଟ) ତଥା ଫଟୋଗ୍ରାଫର ତେଜଲ୍ କାୱାଚି; ଦୃଶ୍ୟ ସଂସ୍କୃତି, ନୃବଂଶ ବର୍ଣ୍ଣନା ତଥା ସମକାଳୀନ ଦକ୍ଷିଣ ଏସୀୟ କଳାରେ ବିଶେଷ ଜ୍ଞାନ ରଖୁଥିବା ଜଣେ ସ୍ୱାଧୀନ ଗବେଷକ ଡ. ରୀମା କେ.; ଏବଂ ଦୃଶ୍ୟ କଳା, ସାହିତ୍ୟ ଓ ସ୍ଥାନୀୟ ଭାଷାର ରୁଢିରେ କାର୍ଯ୍ୟ କରୁଥିବା ଜଣେ ସମକାଳୀନ କଳାକାର ମୁସ୍କାନ ସିଂଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ କରାଯାଇଥିଲା ।
ଡୋକ୍ରାର ସାଂସ୍କୃତିକ ଏବଂ ଐତିହାସିକ ପରିପ୍ରେକ୍ଷୀ ସମ୍ପର୍କରେ ଅନୁସନ୍ଧାନ ଏବଂ ତାହାସହିତ ଢେଙ୍କାନାଳର ଶିଳ୍ପ ପୁଞ୍ଜ ଓ ଭୁବନେଶ୍ୱର ମୁ୍ୟଜିୟମ୍କୁ ଗସ୍ତ ସହିତ ଆବାସିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବାସିନ୍ଦାମାନେ ଏଥିରେ ଛଅ ସପ୍ତାହ ଅତିବାହିତ କରିବା ସହିତ କଳାକାର ଗୋଷ୍ଠୀଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଥିଲେ, ବୃତ୍ତିଧାରୀଙ୍କ ସହିତ ନିୟୋଜିତ ରହି ଢଳେଇ (କାଷ୍ଟିଂ) ପ୍ରକ୍ରିୟାଗୁଡିକର ନଥି ପ୍ରସ୍ତୁତ କରିଥିଲେ ଏବଂ ସେମାନଙ୍କ ସହିତ ଆଲୋଚନା, ପର୍ଯ୍ୟବେକ୍ଷଣ ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଜରିଆରେ ବ୍ୟକ୍ତିଗତ ଗବେଷଣା ଭିତ୍ତିକ ପ୍ରଶ୍ନଗୁଡିକ ବିକଶିତ କରିଥିଲେ । ଏହି ସମସ୍ତ ଭାବ ବିନିମୟ ପ୍ରଦର୍ଶନୀରେ ଉପସ୍ଥାପିତ କାର୍ଯ୍ୟାବଳୀ ଓ ଅନୁସନ୍ଧାନଗୁଡିକ ନିମନ୍ତେ ମୂଳଦୁଆ ଯୋଗାଇ ଦେଇଥିଲା ।
ପ୍ରଦର୍ଶନୀର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ଉପସ୍ଥାପନରେ ପ୍ରବୀଣ କାରିଗରମାନଙ୍କର ପ୍ରତ୍ୟକ୍ଷ ସଂପୃକ୍ତି । ସେମାନଙ୍କର ଉପସ୍ଥିତିକୁ କେବଳ ବାସିନ୍ଦାଙ୍କର ଗବେଷଣା ମଧ୍ୟରେ ସୀମିତ ନରଖି ମୋଲ୍ଟେନ୍ ମନୋଲିଥ୍ ସେମାନଙ୍କର ଅବଦାନକୁ ପ୍ରଦର୍ଶନୀରେ ସାମିଲ କରିଛି । ଏଗୁଡିକ ମଧ୍ୟରେ ଢଳେଇ ଅଂଶବିଶେଷ, ପାରମ୍ପରିକ ଉପଯୋଗୀ ପାତ୍ର ଏବଂ କାରିଗର ବିଜୁଳି ମାଝୀ, ଚନ୍ଦନ ମାଝୀ, ଗୋଲାପ ଗଡତିଆ, ହେମନ୍ତ ମାଝୀ, ଜୟା ମହାରଣା, ଝୁନୁ ଦେହୁରୀ, ପବିତ୍ର ଦେହୁରୀ, ରମେଶ ମାଝୀ, ସବିତା ପ୍ରଧାନ, ସନାତନ ପ୍ରଧାନ ଓ ତ୍ରିନାଥ ବେହେରାଙ୍କ ଦ୍ୱାରା ପ୍ରସ୍ତୁତ ସହଯୋଗମୂଳକ ସାମଗ୍ରୀଗୁଡିକ ଅନ୍ତର୍ଭୁକ୍ତ ରହିଛି । ସେମାନଙ୍କର ଉତ୍ପାଦଗୁଡିକ ପରିଦର୍ଶକଙ୍କୁ ଡୋକ୍ରାର ବିଭିନ୍ନ ପର୍ଯ୍ୟାୟ, ଆକାର ଓ ପ୍ରୟୋଗ ଆଦି ସମ୍ପର୍କରେ ଏକ ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି ଏବଂ କାରିଗରମାନଙ୍କର କୃତିକୁ ବାସିନ୍ଦାମାନଙ୍କର ସମକାଳୀନ ଅନୁସନ୍ଧାନ ସହିତ ପ୍ରତ୍ୟକ୍ଷ ଆଲୋଚନାରେ ସ୍ଥାନିତ କରୁଛି ।

ଆୟୋଜନକାରୀ ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରି କୁ୍ୟରେଟର ଶିବଦାସ ସେନଗୁପ୍ତା କହିଥିଲେ, “ଏହି ପ୍ରଦର୍ଶନୀ ଆୟୋଜନ ପ୍ରକ୍ରିୟାରେ ହସ୍ତଶିଳ୍ପ ସାମଗ୍ରୀ ଏବଂ କାରିଗରମାନଙ୍କୁ ଆମେ ସକ୍ରିୟ ଅଂଶଗ୍ରହଣକାରୀ ଭାବରେ ଦେଖିବାକୁ ପାଉଛୁ । ଆମ ପାଇଁ ପୂର୍ଣ୍ଣାଙ୍ଗ ହୋଇଥିବା ସାମଗ୍ରୀର ଊଦ୍ଧ୍ୱର୍କୁ ଦେଖିବା ଏବଂ ଏହାକୁ ଅର୍ଥ ପ୍ରଦାନ କରଥିବା ସମୁଦାୟ ପ୍ରକ୍ରିୟାଗୁଡିକ, ପସନ୍ଦ ଓ ଅନୁଭୂତିଗୁଡିକ ସମ୍ପର୍କରେ ବୁଝିବା ଗୁରୁତ୍ୱପୂର୍ଣ୍ଣ ହୋଇଛି । ଏହି ପ୍ରଦର୍ଶନୀ ଏହି ସମସ୍ତ ଦୃଷ୍ଟିକୋଣକୁ ଏକତ୍ରିତ କରିବା ସହିତ କାରିଗରମାନଙ୍କର ସ୍ୱର ଓ ସେମାନଙ୍କର ଅବଦାନଗୁଡିକୁ ଡୋକ୍ରାର ଉପସ୍ଥାପନ ଓ ସେ ସମ୍ପର୍କରେ ବୁଝିବା ନିମନ୍ତେ ସୁଯୋଗ ଦେଉଛି ।”
ତିନିଜଣ ବାସିନ୍ଦା ଭିନ୍ନ ଭିନ୍ନ ଅଥଚ ଆନ୍ତଃସଂଯୁକ୍ତ ଗବେଷଣା ବିଧିବ୍ୟବସ୍ଥା ଜରିଆରେ ଅନୁସନ୍ଧାନ କରିଥିଲେ । ରୀମା କେ.ଙ୍କର ଗବେଷଣା ଡୋକ୍ରାର ଖଣ୍ଡିତ ଇତିହାସ ଏବଂ ତାହାସହିତ ଏହି କାରିଗରୀର ବୋ÷ଦ୍ଧିକ ଓ ଏହାର କାରିଗରମାନଙ୍କର ପଦାର୍ଥଗତ ନିୟୋଜନତା ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିଛି । ତାଙ୍କର ଅନୁସନ୍ଧାନ ଏହି କାର୍ଯ୍ୟପଦ୍ଧତିକୁ କିଭଳି ନଥିଭୁକ୍ତ କରାଯାଇଛି ଏବଂ ବୁଝାଯାଇଛି ସେ ସମ୍ପର୍କରେ ବିବେଚନା କରିଥିବାବେଳେ ଏହାର ନିରବଚ୍ଛିନ୍ନତାକୁ ପରିପୁଷ୍ଟ କରୁଥିବା ଇତିହାସ ଓ ଜ୍ଞାନ ପ୍ରଣାଳୀଗୁଡିକ ସମ୍ପର୍କରେ ଅନୁସନ୍ଧାନ କରିଛି ।
ଏହି ପ୍ରୟାସ ପ୍ରଚ୍ଛଦପଟ୍ଟରେ ରହିଥିବା ବୃହତ୍ତର ଦୃଷ୍ଟିକୋଣ ସମ୍ପର୍କରେ ମତ ଦେଇ ସନ୍ଦୀପ ହୋତା, ସହ-ପ୍ରତିଷ୍ଠାତା ଓ ମ୍ୟାନେଜିଂ ଡାଇରେକ୍ଟର, ବିଇଏଡିଏସ୍ ଏବଂ ପରାମର୍ଶଦାତା ବୋର୍ଡ ସଦସ୍ୟ, ଓଡ଼ିଶା କ୍ରାଫ୍ଟ ଓଡିସୀ, କହିଥିଲେ, “ଓଡ଼ିଶା କ୍ରାଫ୍ଟ ଓଡିସୀ ଜରିଅରେ ଆମେ କାରିଗାରୀ ପରମ୍ପରାଗୁଡିକ ସମ୍ପର୍କରେ ସେଗୁଡିକର ପୂର୍ଣ୍ଣାଙ୍ଗ ରୂପ ଊଦ୍ଧ୍ୱର୍କୁ ଯାଇ ଅନୁସନ୍ଧାନ କରିବା ଏବଂ ସେଗୁଡିକ ପଛରେ ରହିଥବା ଇତିହାସ, ଜ୍ଞାନ ଓ ଲୋକମାନଙ୍କ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଲକ୍ଷ୍ୟ ରଖିଛୁ । ମୋଲ୍ଟେନ୍ ମନୋଲିଥ୍ କଳାକାର, ଗବେଷକ ଏବଂ ପ୍ରବୀଣ କାରିଗରମାନଙ୍କୁ ଡୋକ୍ରା ସମ୍ପର୍କରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି କରିବାକୁ ଏକତ୍ରିତ କରୁଛି ଏବଂ ତାହାସହିତ ଏହି ପରମ୍ପରାକୁ ବଜାୟ ରଖିଥିବା ସମ୍ପ୍ରଦାୟମାନଙ୍କର ଜ୍ଞାନ ଓ ଜୀବନ୍ତ ଅନୁଭୂତିଗୁଡିକୁ ସ୍ୱୀକୃତି ଦେଉଛି ।”
ଡିସେମ୍ବର ୫ ତାରିଖରେ ‘ରିକାଷ୍ଟିଂ ଦି ଫ୍ରାଗ୍ମେଣ୍ଟ’ ଶୀର୍ଷକ ଏକ ସ୍ୱତନ୍ତ୍ର କର୍ମଶାଳାରେ ପ୍ରବୀଣ କାରିଗରମାନଙ୍କ ସହିତ ମିଶି ମହମରେ ମୂର୍ତ୍ତି ଗଢିବା ସମ୍ପର୍କିତ ନୈତିକ ପଦ୍ଧତିଗୁଡିକ ସମ୍ପର୍କରେ ଆଲୋଚନା ଓ ଅନୁସନ୍ଧାନ କରାଯିବ । ତାହାପରେ ଡିସେମ୍ବର ୬ ତାରିଖରେ ମୁସ୍କାନ ସିଂଙ୍କ ଦ୍ୱାରା ସ୍ଥାନୀୟ ପିଲାମାନଙ୍କୁ ନେଇ ପରିକଳ୍ପନା କରାଯାଇଥିବା ଏକ ସହଭାଗୀ ଗୋଷ୍ଠୀସ୍ତରୀୟ ପ୍ରଦର୍ଶନ ‘ଏ ଟେଲ୍/ଟେଲ୍ ଲେଫ୍ଟ ଅନ୍ଟୋଲ୍ଡ’ ଉପସ୍ଥାପନ କରାଯିବା ଏବଂ ତାହା ପରେ ଏକ ଚୂଡାନ୍ତ ପ୍ରଦର୍ଶନୀ ପରିଦର୍ଶନ ଆୟୋଜିତ ହେବ ।
ଏହାର ପ୍ରଦର୍ଶନୀ ଏବଂ ତାହାସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ମୋଲ୍ଟେନ୍ ମନୋଲିଥ୍ ଦର୍ଶକମାନଙ୍କୁ ଡୋକ୍ରାକୁ ଏକ ଶିଳ୍ପ, ଜ୍ଞାନର ଏକ ରୂପ ଏବଂ ପରିବର୍ତ୍ତନଶୀଳ ସାଂସ୍କୃତିକ କାର୍ଯ୍ୟଧାରା ଆଦି ବହୁବିଧ ଦୃଷ୍ଟିକୋଣରୁ ନିରୀକ୍ଷଣ କରିବା ତଥା ଏହାର ଭବିଷ୍ୟତକୁ ନିରନ୍ତରତା ପ୍ରଦାନ କରୁଥିବା ଲୋକମାନେ ଓ ପ୍ରକ୍ରିୟାଗୁଡିକ ସହିତ ନିୟୋଜିତ ହେବାକୁ ଆମନ୍ତ୍ରଣ କରୁଛି ।