ପଦ୍ମପୁର:- ଓଡିଶା ମିଲେଟ ମିସନ ଯୋଜନା ଅନୁଯାୟୀ ଆଜି ପଦ୍ମପୁର ବିଜ୍ଞାପିତ ପରିଷଦ ଠାରେ ମାଁ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ତରଫରୁ ନବ ନିର୍ମିତ ମିଲେଟ ଶକ୍ତି ନିଉଟ୍ରି ସେଣ୍ଟର ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପଦମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗଦେଇ ଏହି ଏହି ସେଣ୍ଟର କୁ ଉଦ୍ ଘାଟିତ କରିଥିଲେ। ପ୍ରତ୍ୟହ ମାଣ୍ଡିଆ ରେ ପ୍ରସ୍ତୁତ ସମସ୍ତ ଖାଦ୍ୟ ପଦାର୍ଥ ଏହି ସେଣ୍ଟର ରେ ଉପଲବ୍ଧ ହେବ। ଏହି ଉଦଘାଟନୀ ଉତ୍ସବ ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ର ଅଧ୍ୟକ୍ଷା ସାବିତ୍ରୀ ବାଗ , ଉପାଧ୍ୟାକ୍ଷା ଭାରତୀ ପଟ୍ଟନାୟକ , ଭାରପ୍ରାପ୍ତ ଉପଜିଲ୍ଲାପାଳ ସଦାକର କୁମ୍ଭାର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱନାଥ ସାହୁ , ତହସିଲଦାର ତାପସ ବିଶି , ନିର୍ବାହୀ ଅଧିକାରୀ , ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଶ୍ରୀ ରାମଚନ୍ଦ୍ର ମାଝୀ , ସିଡିପିଓ ପଦ୍ମପୁର ଶ୍ରୀମତୀ ସୁନୀତି ଦେବତା ଉପସ୍ଥିତି ଥିଲେ।
Sign in
Sign in
Recover your password.
A password will be e-mailed to you.