ଯୋଡା,(ପାର୍ଥ ସାରଥି ଷଡ଼ଙ୍ଗୀ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ର ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ନିମନ୍ତେ ବୁଧବାର ସୁନାନଦି ନିକଟରେ ଥିବ। ଦୋକାନ ଘର ଗୁଡିକୁ ଉଚ୍ଛେଦ କରାଯାଇଥିଲା ।ମିଳିଥିବା ସୂଚନା ଅନୁଯାୟୀ,ଫ୍ଲାଏ ଓଭର ନିର୍ମାଣ କାରୀ ସଂସ୍ଥା ଚେଭରକ୍ସ ପକ୍ଷରୁ ଏସ୍କ।ଭେଟର ମେସିନ ଦ୍ବାରା ଚିହ୍ନଟ କରାଯାଇଥିବା ସୀମା ରେଖା ମଧ୍ୟରେ ଥିବା ଦୋକାନ ଗୃହ ଗୁଡିକୁ ଭଙ୍ଗା ଯାଇଥିଲା ।ଏହି ସମୟ ରେ ଉକ୍ତ ମେସିନ ର ବୁମ୍ ଟି ଅଚାନକ ବୁଲି ପଡିବାରୁ ନିକଟରେ ଥିବା ରୌ ନକ୍ ଅ।ପ୍ରୋଜ ନାମକ ବ୍ୟବସାୟୀ ଙ୍କ ଛାତ ଘରେ ଲାଗି ଯାଇ ଭାଙ୍ଗି ଦେଇଥିଲା ।ସେହିପରି ଦିଲ୍ଲୀପ ରାଉତ ଙ୍କ ଗୋଦାମ ଘରର ଗୋଟିଏ କାନ୍ଥ ଭାଙ୍ଗି ଯିବା ଫଳରେ ଗୋଦାମ ଘରେ ଥିବା ଲକ୍ଷାଧିକ ଟଙ୍କାର ଘରୋଇ ସାମଗ୍ରୀ ଓ ବୈ ଦୂତିକ ସରଞ୍ଜାମ ମଧ୍ୟ ନଷ୍ଟ ହୋଇ ଥିବା ଦିଲିପ ରାଉତ କହିଛନ୍ତି ।ଆହୁରି ମଧ୍ୟ ସେ କହିଛନ୍ତି ଯେ,ଯେହେତୁ ଏହି ସ୍ଥାନଟି ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ସଂକୀର୍ଣ୍ଣ ବଜାର ।ଉଚ୍ଛେଦ ସମୟରେ ସୁରକ୍ଷା ପ୍ରତି କୌଣସି ଦୃଷ୍ଟି ଦିଆ ନ ଯାଇ ମେସିନ ଯୋଗେ ଘର ଭଙ୍ଗା କାର୍ଯ୍ୟ କରାଯାଉଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ ।ରାସ୍ତା କଡ଼ରେ ଦୋକାନ ଗୁଡ଼ିକ ଲାଗି ଲାଗି ରହିଥିବାରୁ ଉଚ୍ଛେଦ ସମୟରେ ଉକ୍ତ ସଂସ୍ଥା ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇ ନ ଥିବାରୁ ଏକ ବଡ଼ ଧରଣ ର ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା ବୋଲି ବ୍ୟବସାୟୀ ଦିଲ୍ଲୀପ ରାଉତ, ରୌନକ ଆପ୍ରୋଜ ଙ୍କ ସମେତ ଏକାଧିକ ବ୍ୟବସାୟୀ ଅଭିଯୋଗ ରେ କହିଥିଲେ ।
ସେମାନେ ଅଭିଯୋଗ ରେ କହିଥିଲେ ଯେ,ରାଜସ୍ବ ବିଭାଗ ଓ ଠିକା ସଂସ୍ଥା ମଧ୍ୟରେ ସମନ୍ଵୟ ଅଭାବରୁ ଅକାରଣେ ଅଧିକ ଘର ଉଚ୍ଛେଦ କର। ଯାଇଛି।ଫଳରେ ବ୍ୟବସାୟୀ ମ।ନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।ଉଚ୍ଛେଦ ପ୍ରକ୍ରିୟା ଯୋଗୁଁ ବୁଧ ବାର୍ ଠାରୁ ଦୋକାନ ବଜାର ବନ୍ଦ ହୋଇ ଯାଇ ଛି ।ଭଙ୍ଗା ଯାଇ ଥିବା ଘର ଗୁଡିକୁ ମରାମତି କରିବା ପାଇଁ ଏବଂ ଜିନିଷ ସଜାଡ଼ିବା ପାଇଁ ବହୁଦିନ ଲ।ଗିବ।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ବ୍ୟବସାୟୀ ମାନେ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ।ଅନ୍ୟ ପକ୍ଷରେ ଫ୍ଲାଏ ଓଭର ନିର୍ମାଣ କାରୀ ସଂସ୍ଥା ଚେଭରକ୍ସ ର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,ସଂସ୍ଥା ପକ୍ଷରୁ କୌଣସି। ଭୁଲ କରାଯାଇ ନାହିଁ ।ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ କେବଳ ସଂସ୍ଥା ପକ୍ଷରୁ ମେସିନ ଲଗ। ଯାଇଛି ।ସେପରି କିଛି ବଡ଼ ଧରଣ ର କ୍ଷତି ହୋଇ ନାହିଁ ।ଯଦିଓ କ୍ଷତି ହୋଇଛି,କ୍ଷତିପୂରଣ ପାଇଁ ପ୍ରଶାସନ ବୁଝିବ,ସବ୍ କଲେକ୍ଟର ଙ୍କ ପାଖରେ ଅଭିଯୋଗ କଲେ ତାହା ହୋଇ ପାରିବ ,ଠିକା ସଂସ୍ଥା ଏଥିପାଇଁ ଦାୟୀ ନୁହେଁ ବୋଲି ସେ କହିଥିଲେ ।
Sign in
Sign in
Recover your password.
A password will be e-mailed to you.