ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ଏକକାଳୀନ ପ୍ରକାଶନ ପାଇଁ ବ୍ଳକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଜନପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟିବେ

0

ଓଡ଼ଗାଁ ପଞ୍ଚାୟତ ସମିତି ୩ୟ ସାଧାରଣ ଅଧିବେଶନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ପଞ୍ଚାୟତ ସମିତି ୩ୟ ସାଧାରଣ ଅଧିବେଶନ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠୀତ ହୋଇଯାଇଛି । ଏଥିରେ ବିଡିଓ ସ୍ୱାତିଲେଖା ଦାସ, ଉପାଧ୍ୟକ୍ଷା ମିରା ନାୟକ, ଜିଲ୍ଲାପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନଙ୍କ ସହିତ ୩୬ ଗୋଟି ପଂଚାୟତର ସରପଂଚ, ସମିତି ସଭ୍ୟ ଏବଂ ବ୍ଳକ ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗ୍ୟ ହିତାଧରକାରୀଙ୍କ ଅସମ୍ପୁର୍ଣ୍ଣ ତାଲିକା ପ୍ରକାଶନକୁ ନେଇ ଆଲୋଚନା ସରଗରମ ହୋଇଥିଲା । ଏବଂ କେଉଁ ଆଧାରରେ ଏହି ଅସମ୍ପୁର୍ଣ୍ଣ ତାଲିକା ପ୍ରକାଶ କରାଯାଇଥିଲା । ସେନେଇ ଗୃହରେ ସରପଂଚ ମାନେ ପ୍ରଶ୍ନ ଉଠାଇଥିଲେ । ସଂକ୍ଷୀପ୍ତ ତାଲିକା ପ୍ରକାଶନ ପରିବର୍ତେ ବ୍ଳକର ସମସ୍ତ ଯୋଗ୍ୟ ହିତାଧିକାରୀ ମାନଙ୍କ ସମ୍ପୁର୍ଣ୍ଣ ତାଲିକା ପ୍ରକାଶନ ପାଇଁ ବ୍ଳକ ଅଧ୍ୟକ୍ଷକଙ୍କ ନେତୃତ୍ୱରେ ବିଡିଓଙ୍କ ସହିତ ନିର୍ଦ୍ଦିଷ୍ଟ କିଛି ଜନପ୍ରତିନିଧି ଗୁରୁବାର ଦିନ ୧୧ ବେଳେ ଜିଲ୍ଲାପାଳଙ୍କୁ ଭେଟିବାକୁ ନିଷ୍ପତି ନିଆଯାଇଥିଲା । ଅନ୍ୟ ପକ୍ଷରେ ୫ ରାଜ୍ୟ ଅର୍ଥ ସ୍ୱତନ୍ତ୍ର ସହାୟତା (ଗ୍ରାଟଇନ୍‌ଏଡ) ନିୟମ ।ନୁଜାଇ ଯେ କୈାଣସି ପଂଚାୟତକୁ ଗୋଟିଏ ଥରରେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲେ । ଉକ୍ତ ପଂଚାୟତକୁ ପୂନରର୍ବାର ଏହି ଅର୍ଥ ପ୍ରଦାନ କରାଯିବ ନାହିଁ । କୁନ୍ତୁ ଏହି ଅର୍ଥ କେତେକ ପଂଚାୟତକୁ ଏକାଧିକ ଥର ମଞ୍ଜୁର ହୋଇଥିବା ନେଇ ଦର୍ଶାଇବା ପରେ ଏହାକୁ ସଂଶୋଧନ କରାଯିବ ବୋଲି ନିଷ୍ପତୀତ ଗ୍ରହଣ କରାଯାଇଥିଲା । ଏବଂ ଓ ଡ଼ିଶାର ଅନ୍ୟତମ ପ୍ରଶିଦ୍ଧ ଶୈବପୀଠ ଶରଣକୁଳ ଠାରେ ବିଜେ ଲଡୁବାବାଙ୍କ ମନ୍ଦିର ଉନ୍ନୟନ ପାଇଁ ଓ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ଉଦେଶ୍ୟରେ ୫ ରାଜ୍ୟ ଅର୍ଥରୁ ୧୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବା ପାଇଁ ସନ୍ୟାସୀ ପ୍ରଧାନଙ୍କ ପ୍ରସ୍ତାବ ଅନୁସାରେ ସର୍ବ ସମ୍ମତିକ୍ରମେ ମଞ୍ଜୁର ହୋଇଥିଲା । ଅନ୍ୟ ପକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ବ୍ଳକର ବହୁ ଉଦ୍ୟେଗୀ ମାନଙ୍କୁ ୨ କୋଟିରୁ ଉର୍ଦ୍ଧ ଟଙ୍କାର ରିହାତି ପ୍ରଦାନ କରାଯାଇଥିବା ଡ. ଶୁଭକାନ୍ତ ଆଚାର୍ଯ୍ୟ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏତଦ ବ୍ୟତିତ ୩୬ ପଂଚାୟତ ପାଇଁ ମାତ୍ର ୪ ଜଣ ଲାଇଫଷ୍ଟକ ଇନସପେକ୍ଟର ରହିଥିବାରୁ କାର୍ଯ୍ୟ ପରିଚାଳନାରେ ବିଳମ୍ବ ହେଉଥିବା ସେ କହିଥିଲେ । ଓଡ଼ଗାଁ ବ୍ଳକ ଅଂଚଳର ଭୁତଳ ଜଳ ଧାରଣ କ୍ଷମତା ବୃଦ୍ଧି ନିମନ୍ତେ ଅର୍ଥ ବିନିଯୋଗ ନିମନ୍ତେ ସ୍ୱତନ୍ତ୍ର ଅର୍ଥ ବିନିଯୋଗ କରିବା ପାଇଁ ଭାରପ୍ରାପ୍ତ ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସଭାକୁ ସୂଚନା ଦେଇଥିଲେ । ଓଡ଼ଗାଁ ବ୍ଳକ ମେଗା ପାନୀୟ ଜଳ ଯୋଗାନରେ ଆନୁମାନିକ ୪୭ ହଜାର ୫ଶହ ୮୩ ଜଣକୁ ୭୦ ଲିଟର ଲେଖାଏଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଚାଲିଥିବା ସମ୍ପର୍କରେ ସହକାରୀ ଯନ୍ତ୍ରୀ ସୁବାଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିବା ସହିତ ଆଗାମୀ ଗ୍ରୀଶ୍ମ ରୁତୁରେ ଜଳକଷ୍ଟ ଦୁରକରିବା ପାଇଁ ଫ୍ରେବୃୟାରୀ ୩ ସପ୍ତାହ ଠାରୁ ନଳକୂଅ ମରାମତ ପାଇଁ ୨ ଟି ଭାମ୍ୟମାଣ ଦଳ ପ୍ରସ୍ତୁତ କରିବେ ବୋଲି ସମସ୍ତଙ୍କୁ ସୂଚନା ଦେଇଥିଲେ । ଶେଷରେ ଆଜିର ଅଧିବେଶନଟି ଶାନ୍ତି ଶୃଙ୍ଖଳା ସହକାରେ ସମାପ୍ତ ହୋଇଥିବାରୁ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.