ଉମରକୋଟ/ଜିତେନ୍ଦ୍ର ମହାନ୍ତି -ଗୋଟିଏ ରାତିରେ ଏକାଧିକ ଦୋକାନରୁ ଚୋରି। ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ରାତିରେ ଉମରକୋଟ ସହରର ଗୁଲିପାଟଣା ସାହିର ୫ ଟି ଦୋକାନରୁ ଚୋରି ଉଦ୍ୟମ ହୋଇଥିବା ବେଳେ ସେଥି ମଧ୍ୟରୁ ୩ଟି ଦୋକାନରୁ ଚୋରି କରିବାରେ ସଫଳ ହୋଇଥିବା ବେଳେ ଦୁଇଟି ଦୋକାନର ତାଲା ଭାଙ୍ଗିଥିଲେ ମଧ୍ୟ ସଟର ଖୋଲି ଭିତରେ ପଶିବା ରେ ସକ୍ଷମ ହୋଇ ପାରିନାହାନ୍ତି ଚୋର ।ଚୋରି ହୋଇଥିବା ଦୋକାନ ମଧ୍ୟରୁ ଗୋଟିଏ ଷ୍ଟୁଡିଓ, ଗୋଟିଏ ପାନ ଦୋକାନ, ଗୋଟିଏ ସେଲୁନ, ଗୋଟିଏ ଇଲେକ୍ଟ୍ରିକ ଓ ଅନ୍ୟଟି କିରାନା ଦୋକାନ । ଚୋରି ଘଟଣା ପରେ ଉମରକୋଟ ଥାନାରେ ଦୁଇଟି ଏତଲା ଦିଆ ଯାଇଥିଲା। ଏତଲା ପରେ ଉମରକୋଟ ପୋଲିସ ସମସ୍ତ ଚୋରି ଘଟଣାରେ ତତ୍ପରତା ପ୍ରକାଶ କରି ନବରଙ୍ଗପୁର ରୁ ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଡକାଇ ଘଟଣାର ଅଧିକ ତଦନ୍ତ କରିଛି। ଏଥି ସହିତ ବିଭିନ୍ନ ସ୍ଥାନର ସିସି ଟିଭି ଫୁଟେଜ ସଂଗ୍ରହ କରିଛି ପୋଲିସ। ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଏବଂ ଖୁବ୍ ଶୀଘ୍ର ଚୋରଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ, ସହରର ପୋଲିସ ପେଟ୍ରୋଲିଙ୍ଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା । ଅନ୍ୟ ପକ୍ଷରେ ଉମରକୋଟ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ମୋଟ ୪୮ ଟି ସିସି କ୍ୟାମେରା ଲାଗିଥିଲେ ମଧ୍ୟ ସେଥି ମଧ୍ୟରୁ ଅନେକ ଅଚଳ ହୋଇପଡିଛି । ସେଗୁଡିକ ଶୀଘ୍ର ସଜାଡି ଦିଆଯିବ ବୋଲି କହିଛନ୍ତି ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର ।
Sign in
Sign in
Recover your password.
A password will be e-mailed to you.
Next Post