ଉମରକୋଟ/ଜିତେନ୍ଦ୍ର ମହାନ୍ତି – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ବଜାୟ ରହିଛି । ପରମ୍ପରା ନାମରେ ନାବାଳିକା ଝିଅଙ୍କୁ ବିବାହ ବନ୍ଧନରେ ବାନ୍ଧି ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ଅନେକ ପିତାମାତା ଓ ସମ୍ପର୍କୀୟ । ଏଭଳି ଏକ ଘଟଣା ବ୍ଲକର କୁର୍ସୀ ପଞ୍ଚାୟତର ଚଚରାପାରା ଗ୍ରାମରେ ଘଟିବାକୁ ଯାଉଥିବା ସମୟରେ ଏହାକୁ ରୋକିବାରେ ସଫଳ ହୋଇଛି ପ୍ରଶାସନ । ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ମନବୋଧ ଗଣ୍ଡଙ୍କ ପୁଅ ଧନସାୟ ଗଣ୍ଡ(୨୦) କିଛି ଦିନ ତଳେ ଝରିଗାଁ ବ୍ଲକ ପୁପୁଗାଁର ବରାଗୁଡା ଗ୍ରାମର ଖିରମା ମାଝି(୨୧)କୁ ଉଦୁଲିଆ ଆଣି ନିଜ ଘରେ ରଖିଥିଲେ। ଏହି ଖବର ମହିଳା ପରିଦର୍ଶିକା ସରିତା ଜେନାଙ୍କ ହସ୍ତଗତ ହେବା ପରେ ସେ ଏହି ଖବର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇଥିଲେ ଏବଂ ଏହା ପରେ ଗ୍ରାମରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କୁର୍ସୀ ପରିଦର୍ଶିକା, ଅଙ୍ଗନବାଡ଼ି କର୍ମୀ, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି, ୱାର୍ଡ ମେମ୍ବର, ଗ୍ରାମ ମୁଖ୍ୟ, ଗ୍ରାମବାସୀ, ଏସଏଚଜି ସଭ୍ୟା, କିଶୋର କିଶୋରୀମାନେ ଉପସ୍ଥିତିରେ ନିଷ୍ପତ୍ତି ନିଆଗଲା ଯେ, ଯେଉଁ ଦିନ ପୁଅ ଓ ଝିଅର ବୟସ ୨୧ ବର୍ଷ ହେବା ପରେ ଦୁହିଁଙ୍କ ବିବାହ କରିଦିଆଯିବ। ଏହି ନିଷ୍ପତ୍ତିରେ ଉଭୟ ପରିବାର ଏବଂ ପୁଅ ଝିଅ ରାଜି ହୋଇଥିଲେ। ଫଳରେ ବାଲ୍ୟ ବିବାହକୁ ରୋକାଯାଇ ପାରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post