ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳିୟ ଗଣପରିଷଦର 6133ପରିବାର ମଧ୍ୟରୁ 18 ବିସ୍ଥାପିତ ପରିବାରଙ୍କୁ ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳିୟ ଗଣପରିଷଦ ସମ୍ପାଦକ ସୁଧୀର ସୁନାଙ୍କ ନେତୃତରେ ନନ୍ଦାହାଣ୍ଡି ବ୍ଲକ୍ ତହସିଲଦାର ବନମାଳୀ ମେହେରଙ୍କ ଦ୍ଵାରା ପଟ୍ଟାl ବଣ୍ଟନ କରାଯାଇଥିଲା | ଏହି ଅଞ୍ଚଳର ବୁଡ଼ିଅଞ୍ଚଳୀଆ ପରିବାର ଦୀର୍ଘ ୪୦ବର୍ଷଧରି ରହି ଆସିଥିବା ସମସ୍ୟାଗୁଡ଼ିକୁ ନବରଙ୍ଗପୁର ଜିଲ୍ଲାପାଳ ଡାକ୍ତର କମଳ ଲୋଚନ ମିଶ୍ରଙ୍କୁ ବୁଡିଅଞ୍ଚଳ ବାସୀଙ୍କ ସମସ୍ୟା ଜଣାଇଲାପରେ,ବୁଡ଼ିଅଞ୍ଚଳର ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ କରିବାର ଅଧିକାର ଦେଇଥିବା ଯୋଗୁ ବୋଲି ବୁଡ଼ିଅଞ୍ଚଳୀଆ ବିସ୍ଥାପିତ ପରିବାର ଜିଲ୍ଲାପାଳଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଛି |ଏହା ସହିତ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ଅତିଶୀଘ୍ର କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି |
ଏହି କାର୍ଯ୍ୟକ୍ରମ ରେ ଇନ୍ଦ୍ରାବତୀ ବୁଡ଼ି ଅଂଚଳ ବିସ୍ଥାପିତ ପରିବାର ସମ୍ପାଦକ ଶ୍ରୀ ସୁଧୀର କୁମାର ସୁନାଙ୍କ ଓ ଅନେକ ବିସ୍ଥାପିତ ପରିବାର ସଭ୍ୟ ଉପସ୍ଥିତ ଥିଲାବେଳେ, ନନ୍ଦାହାଣ୍ଡି ବ୍ଲକ ତହସିଲଦାର ଶ୍ରୀ ବନମାଳୀ ମେହେର, ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ, ରାଜସ୍ବ ନିରୀକ୍ଷକ ଶ୍ରମତୀ ସୁଚିତ୍ରା ମାଝୀ, ଅତିରିକ୍ତ ରାଜସ୍ବ ନିରୀକ୍ଷକ ତେଜକାର ବିଶ୍ବସରାୟ, କିରାଣୀ ହେନା କଚ୍ଛପ, ସୁପରଭାଇଜର ସୁବାସଦାଶ ଓ କୃତି ସୌରା ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post
Next Post