
ମେଲଛାମୁଣ୍ଡା,୧୭/୧(ଶାସକ ପ୍ରଶାସକ)- ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ଦିପ୍ତିପୁର ସେକସନ ଅଧିନସ୍ଥ ସର୍ଗିବାହାଲ ବସଷ୍ଟାଣ୍ଡ ପାଖରେ ମଙ୍ଗଲବାର ସଂଧ୍ୟାରେ ବନ କର୍ମଚାରୀ କାଠ ଗଣ୍ଡି ଥିବା ଏକ ଟ୍ରକକୁ କାବୁ କରିବାରେ ସଫଳ ହୋଇଛନ୍ତି । ଏ ନେଇ ଅଫିସ କେସ ନଂ ୩/୨୩ ରେ ଏକ ମାମଲା ରୁଜୁ ହୋଇଛି । ପ୍ରାପ୍ତସୂଚନୂସାରେ ଏକ ଧଳା ରଙ୍ଗର ଟ୍ରକ (ଓଡି ୦୮ ଏଚଏଫ ୮୬୬୬) ଚୋରା କୁଡୁ ଗଛର ଗଣ୍ଡି ନେଇ ପଦ୍ମପୁର ପଟରୁ ବରଗଡ ପଟକୁ ଦୃତ ଗତିରେ ଆସୁଥିବା ଖବର ପାଇ ଘେଁସ ରେଂଜର ଗଜେନ୍ଦ୍ର ଏଣ୍ଡଜାଙ୍କ ନିର୍ଦେଶକ୍ରମେ ଦିପ୍ତିପୁର ସେକସନ ଫରେଷ୍ଟର କୈଲାସ ମାଝିଙ୍କ ନେତୃତ୍ୱରେ ବନ କର୍ମଚାରୀ ଛକି ବସିଥିଲେ । ଦୂରରୁ ଗାଡି ଚାଲକ ବନ କର୍ମଚାରୀଙ୍କୁ ଦେଖି ଗାଡି ଟିକୁ ରାସ୍ତା ଉପରେ ଛାଡି ଫେରାର ମାରିବାରେ ସଫଳ ହୋଇଥିଲା । ଉପସ୍ଥିତ ବନ କର୍ମଚାରୀ ଟ୍ରକ ଟିକୁ ଜବତ କରି ଘେଁସସ୍ଥିତ ରେଂଜ କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରୁଛନ୍ତି । ଚଢାଉରେ ମେଲଛାମୁଣ୍ଡା ସେକସନ ବନପାଳ ରମେଶ ପଧାନ, ବିଜେପୁର ବନପାଳ ଲବ ସାହୁ, ବରପଦର ବିଟ ବନରକ୍ଷୀ ଅଭିଷେକ ସାହୁ, ଘେଁସ ବିଟ ବନରକ୍ଷୀ ଅନିଲ ସାହୁଙ୍କ ସମେତ ସ୍କାଡ ଟିମ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.