ଜାତୀୟ ସେବା ଯୋଜନା ଦ୍ବାରା ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା ।।

0

କାମାକ୍ଷାନଗର/ ରିତେଶ ବ୍ରହ୍ମା:କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ସୁରକ୍ଷା ସଚେତନତା ପଥ ପରିକ୍ରମା ଅନୁଷ୍ଠିତ ହୋଇଯାଇଅଛି । ଜାନୁଆରୀ ୧୧ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ଚାଲିଥିବା ସଡ଼କ ସୁରକ୍ଷା ସପ୍ତାହ ଶେଷ ଦିନରେ ସ୍ବେଚ୍ଛାସେବୀ ମାନେ କଙ୍କଡ଼ାହାଡ଼ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରୁ ମୂଖ୍ୟ ରାସ୍ତାରେ ବ୍ଲକ ଅତିକ୍ରମ କରି କଙ୍କଡ଼ାହାଡ଼ ଗ୍ରାମ ମଧ୍ୟ ଦେଇ ସଚେତନତା ସ୍ଲୋଗାନ ଦେଇ ଫେରିଥିଲେ । ଅନୁଷ୍ଠାନର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଝୁନୁ ରାୟ ଏବଂ ପୁର୍ବତନ ଅଧିକାରୀ ଅଧ୍ୟାପକ ପ୍ରେମାନନ୍ଦ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଙ୍କଡ଼ାହାଡ଼ ଥାନା ଅଧିକାରୀ ଇନ୍ସପେକ୍ଟର ନିର୍ମଳା ଗଛାୟତ ଏବଂ ସବ- ଇନ୍ସପେକ୍ଟର ବିଷ୍ଣୁପ୍ରିୟା ରଣା ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ସହିତ ହେଲମେଟ ନପିନ୍ଧି ଦୁଇ ଚକିଆ ଯାନ ଚଳାଉଥିବା ଚାଳକ ମାନଙ୍କ ଠାରୁ ଯୋରିମନା ଆଦାୟ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ପତାକା ଦେଖାଇ ପଥ ପରିକ୍ରମା କାର୍ଯ୍ୟକ୍ରମର ସୁଭାରମ୍ଭ କରିଥିବା ବେଳେ ଅଧ୍ୟାପକ ଲକ୍ଷ୍ମୀକାନ୍ତ ଶତପଥୀ, ଅଜୟ କୁମାର ଚିନାରା, ଡିଇଓ ପ୍ରଦୀପ କୁମାର ବେହେରା, ନିର୍ଝରୀଣି ପଣ୍ଡା,ଅଭୟ କୁମାର ସାହୁ, ବସନ୍ତ କୁମାର ସାହୁ, ବସନ୍ତ କୁମାର ଦାସ ଏବଂ ନିଳାମ୍ବର ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.