ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ କଲେ ସଡକ ସୁରକ୍ଷା ସଚେତନତା

0

ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ

କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲା କାମାକ୍ଷାନଗର ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଛାତ୍ର ଛାତ୍ରୀ ମାନେ ଆଜି କଲେ ସଡକ ସୁରକ୍ଷା ସଚେତନତା , ଯମରାଜା ଓ ଚିତ୍ର ଗୁପ୍ତ ବେଶରେ କଲେ ସଚେତନ ।କାମାକ୍ଷାନଗର ଖେମକା ସପିଙ୍ଗ ମଲ ଠାରୁ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରିଥିଲେ ବଜାର ଦେଇ ଯାଉଥିବା ବାଇକ ଆରୋହିଙ୍କୁ ହେଲମେଟ ପିନ୍ଧିବା ଆଉ କାରରେ ଯାଉଥିବା ଲୋକଙ୍କୁ ସିଟ ବେଲ୍ଟ ପିନ୍ଧିବା ଉପରେ ସଚେତନ କରିଥିଲେ ।ଏଠାରେ ଛାତ୍ର ଛାତ୍ରୀ ମାନେ ରାଲି କରିବା ସହିତ ଯମରାଜା ଓ ଚିତ୍ରଗୁପ୍ତ ବେଷରେ ଲୋକଙ୍କୁ ସଚେତନ କରିଥିଲେ ଛାତ୍ର ଛାତ୍ରୀ ।ବଜାର ପରିକ୍ରମା କରିବା ପରେ କାମାକ୍ଷାନଗର ଥାନା ଆଗରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଠାରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ବିକାଶ କୁମାର ମହାନ୍ତି ଉପସ୍ଥିତ ରହି ସଚେତନ କରିଥିଲେ ଆଉ ଏଭଳିଆ ଏକ ସୁନ୍ଦର କାର୍ଯ୍ୟକ୍ରମ କରିଥିବା ବିଦ୍ୟାଳୟକୁ ଧନ୍ୟବାଦ ଦେଇଥିଲେ।ଏଠାରେ ଅନ୍ୟତମ ଅତିଥି ଭାବରେ କାମାକ୍ଷାନଗର ଥାନାର ଏସଆଇ ପ୍ରତାପ କୁମାର ସାହୁ,ଅଭିଭାବକ ଦିଲୀପ ସେଣ୍ଢ ,ପ୍ରତାପ କୁମାର ସାହୁ ,ସୁବାସ ଚନ୍ଦ୍ର ନାୟକ ,ବିଦ୍ୟାଳୟ ସମ୍ପାଦକ ତଥା କାର୍ଯ୍ୟ ନିର୍ବାହୀ ଜ୍ୟୋତିରଞ୍ଜନ ମହାପାତ୍ର, ଅଧ୍ୟକ୍ଷତାରେ ଚିରଞ୍ଜିବି ମିଶ୍ର,ବିଷ୍ଣୁପ୍ରସାଦ ସାହୁ ,ସୁବାସ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଏଠାରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ସଚେତନ କରିଥିଲେ ।ନୃତ୍ୟ ଓ ନାଟକ ବେଶରେ ସଚେତନ କରାଯାଇଛି ।

Leave A Reply

Your email address will not be published.