କାମାକ୍ଷାନଗର/ରିତେଶ ବ୍ରହ୍ମା:ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଶିଦ୍ଧେଶ୍ବରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଗତକାଲି ଠାରୁ ଚାଲିଥିବା ଜିଲା ସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଏହି ପ୍ରତିଯୋଗୀତାରେ ଜିଲାର ୮ଟି ବ୍ଲକରୁ ଉଭୟ ବାଳିକା ଓ ବାଳକ କନିଷ୍ଠ ଓ ଉପକନିଷ୍ଠ ବିଭାଗରେ ମୋଟ ୩୨୧ ଜଣ ପ୍ରତିଯୋଗୀ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ଏହା ଦୁଈ ଧରି ଚାଲୁ ରହିଥିଲା ।ଏହି ଉପଲକ୍ଷେ ଅନୁଷ୍ଠିତ ଉଦଯାପିତ ଉତ୍ସବରେ ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଜ୍ୟୋତି ପ୍ରଷାଦ ପରିଡା ଅଧକ୍ଷତା କରି କହିଲେ ବିଦ୍ୟାଳୟ ସ୍ତରରେ ଏଭଳି ପ୍ରତିଯୋଗୀତା ପ୍ରତିଭା ଚୟନର ଏକ ଶ୍ରେଷ୍ଠ ମଞ୍ଚ ଅଟେ। ଏଠାରେ ଉନ୍ନତ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ରାଜ୍ୟସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ।ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କ୍ରୀଡ଼ାର ବିକାଶ ଉପରେ ମତବ୍ୟକ୍ତ କରିଥିଲେ ସିଖ୍ୟା ସହିତ କ୍ରୀଡ଼ାର ଆବଶ୍ୟକ ରହିଛି ।ଏଠାରେ ଅନ୍ୟତମ ଅତିଥି ଭାବରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଉପସ୍ଥିତ ରହି କହିଲେ ପ୍ରତିଭା ପ୍ରଦର୍ଶନର ଏହେଲା ମାଧ୍ୟମ ଛାତ୍ର ଛାତ୍ରୀ ମାନଙ୍କର ଲୋକାୟିତ ବିକାଶ ପରିପ୍ରକାଶ ହେବ ।ଏଠାରେ ଜିଲା କ୍ରୀଡା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି , କାମାକ୍ଷାନଗର ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ରାୟନୃସିଂହପୁର ପଞ୍ଚାୟତ ସରପଞ୍ଚ ଶିଶିରକାନ୍ତ ବେହେରା ସମିତିସଭ୍ୟା ପ୍ରବୀଣା ଖିଲାର,ଜିଲା ପରିଷଦ ସଭ୍ୟା ଅବନ୍ତୀ ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନୀ ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ। କ୍ରୀଡା ଶିକ୍ଷକ ରାମକୃଷ୍ନ ବେହେରା,ବାନାର୍ଜୀ ମହାନ୍ତି, ଜୟନ୍ତୀ ବେହେରା ପ୍ରମୁୁଖ ସହଯୋଗ କରିଥିଲେ। ଶିକ୍ଷକ ବିପିନ ବିହାରି ସାହୁ ମଞ୍ଚ ପରିଚାଳନା କରିବାସହ ଧାରା ବିବରଣୀ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.