କାମାକ୍ଷାନଗରରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଓ ୨୬ତମ ପ୍ରତିଷ୍ଠ। ଦିବସ ପାଳିତ

0

କାମାକ୍ଷାନଗର/ରିତେଶ ବ୍ରହ୍ମା:ଆଜି ଢେଙ୍କାନାଳ ଜିଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ କାମାକ୍ଷାନଗର ଆଳତୁମା ରଜ ପଡିଆ ଠାରେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଓ ୨୬ତମ ପ୍ରତିଷ୍ଠ। ଦିବସ ପାଳିତ ପାଳିତ ହୋଇଯାଇଛି ।ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ରହି ଦଳର ସାଙ୍ଗଠନିକ ବିଷୟରେ କହିଥିଲେ ।ଏଠାରେ ଜିଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ,ସାଂସଦ ମହେଶ ସାହୁ ,କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ,ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ, ଭୁବନ ବ୍ଲକ ଅଧ୍ୟକ୍ଷ। ସିପ୍ରା ବରାଳ, କାମାକ୍ଷାନଗର ଏନଏସି ଉପ ନଗରପାଳ ଶକୁନ୍ତଳା ସେଠୀ, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, ଯୁବନେତା ବିଶ୍ୱରଂଜନ ସାହୁ ଙ୍କ ସମେତ ନିର୍ବାଚନ ମଣ୍ଡଳୀରୁ ଶତାଧିକ ନେତାକର୍ମୀ ଉପସ୍ଥିତ ଥିଲେ । ଆଜିର ଦିନରେ ଦଳକୁ କିପରି ଅଧିକ ସୁଦୃଢ କରିବେ ତାରି ଉପରେ ନେତାମାନେ ଗୁରୁମନ୍ତ୍ର ଦେଇଥିଲେ ।

Leave A Reply

Your email address will not be published.