ନଅଗାଁ ଜିଲ୍ଲାର ଏକମାତ୍ର ଆୟୁଷ ଗ୍ରାମ

0 2

ମେଗା ସ୍ୱାସ୍ଥ୍ୟ ଶିବିର ଚିକିତ୍ସିତ ହେଲେ ଅସଂଖ୍ୟ ଲୋକ

ବରଗଡ :- ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କର ଉଦ୍ୟମ କ୍ରମେ ଓ ରାଜ୍ୟ ସରକାର ଙ୍କର ପ୍ରସ୍ତାବ କ୍ରମେ ଆୟୁଷ ମନ୍ତ୍ରାଳୟ ତରଫରୁ ବରଗଡ଼ ଜିଲ୍ଲାର ଏକମାତ୍ର ଗ୍ରାମ ଭାବରେ ସୋହେଲା ବ୍ଲକର ନଅଗାଁ କୁ ଆୟୁଷ ଗ୍ରାମ ର ମାନ୍ୟତା ମିଳିଛି । ଭାରତୀୟ ଚିକିତ୍ସା ପଦ୍ଧତି ( ଆୟୁର୍ବେଦ) ଓ ହୋମିଓପ୍ୟାଥିକ ଚିକିତ୍ସା ଦ୍ୱାରା ଅନେକ ପ୍ରକାର ରୋଗର ଚିକିତ୍ସା ସମ୍ଭବ । କିଛି ସହ ବର୍ଷ ପୂର୍ବେ ଭାରତ ବର୍ଷରେ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇ ସବୁ ପ୍ରକାର ରୋଗ ବ୍ୟାଧି କୁ ଦୂର କରିବାର ବିଦ୍ୟା ଆମ୍ଭର ବୈଦ୍ୟ ତଥା ଋଷି ମାନଙ୍କୁ ଭଲଭାବରେ ଜଣା ଥିଲା । ଆଜି ମଧ୍ୟ ବଣପାହାଡ଼ ଅଂଚଳ ହେଉ କି ଗ୍ରାମାଞ୍ଚଳ ମାନଙ୍କରେ ଆୟୁର୍ବେଦ ଚିକିତ୍ସା ପଦ୍ଧତି କୁ ଲୋକେ ପସନ୍ଦ କରିଥାନ୍ତି । ଆୟୁର୍ବେଦିକ ସହିତ ହୋମିଓପ୍ୟାଥିକ ଚିକିତ୍ସା ମାଧ୍ୟମରେ ସୋହେଲା ବ୍ଲକ ଅନ୍ତର୍ଗତ ନଅଗାଁକୁ ଆୟୁଷ ଗାଁ ଭାବେ ଗ୍ରହଣ କଲା ଜିଲ୍ଲା ଆୟୁର୍ବେଦ ଚିକିତ୍ସାଳୟ ବିଭାଗ । ଏଣିକି ବର୍ଷ ତମାମ ପଂଚାୟତବାସୀଙ୍କୁ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା । ଘର ଘର ବୁଲି ବିଭିନ୍ନ ରୋଗ ଉପରେ ହେବ ପରୀକ୍ଷା ଓ ରୋଗୀଙ୍କୁ ମିଳିବ ମାଗଣାରେ ଚିକିତ୍ସା ଓ ଔଷଧ । ଶିଶୁରୋଗ, ମେଡ଼ିସିନ, ନାକ, ଗଳା, ଗର୍ଭବତୀ ମହିଳା, ସ୍ନାୟୁ ଜନିତ ରୋଗ ଭଳି ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ସମ୍ପୂର୍ଣ୍ଣ ଯାଞ୍ଚ ହେବା ସହିତ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିପାରିବ । ପରବର୍ତ୍ତୀ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଗାଁ, ଗାଁରେ ହେବ ମାଗଣା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ।
ଆଜି ଏହି ଆୟୁଷ ଗ୍ରାମ ରେ ହୋଇଥିବା ମାଗଣା ସ୍ଵସ୍ଥ ଶିବିର କୁ ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂ ଉଦଘାଟନ କରିବାର ସହିତ ଆଗାମୀ ଦିନରେ ଏହି ଗ୍ରାମରେ ଥିବା ଔଷଧୀୟ ବୃକ୍ଷ ଉଦ୍ୟାନ କୁ ଆହୁରି ବଡ଼ ଆକାରରେ ତିଆରି କରାଯାଇ ଅନେକ ପ୍ରକାର ର ଉପାଦେୟ ଔଷଧୀୟ ବୃକ୍ଷ ରୋପଣ କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.