ପିଲା ଉଦ୍ଘାଟନୀ ଉତ୍ସବ ଦେଖିବେ, ତେଣୁ ଅଧାଦିନ ଛୁଟି

0 2

ଭୁବନେଶ୍ୱର: ବିଶ୍ୱକପ୍‌ ହକି-୨୦୨୩ ଆମ ରାଜ୍ୟର କଟକ ସହରର ବାରବାଟୀ ଷ୍ଟାଡିୟମ୍‌ଠାରେ ଜାନୁଆରୀ ୧୧ ତାରିଖରେ ଉଦ୍‌ଘାଟିତ ହେବ । ଏହି ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିପାରିବେ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଦିନ ୧ଟାରୁ ଛୁଟି ଘୋଷଣା କରିଛନ୍ତି । ସମସ୍ତ ବେସରକାରୀ ତଥା ପବ୍ଲିକ୍‌ ସ୍କୁଲ (ସେଲ୍‌ଫ ଫାଇନାନ୍ସ) ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ ହେବ ।

Leave A Reply

Your email address will not be published.