” ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ” ବୈଠକ ଅନୁଷ୍ଠିତ

0

ଭୁବନେଶ୍ୱର : ଭୁବନେଶ୍ୱର ଖ୍ରୀଷ୍ଟିଆନ କମ୍ୟୁନିଟି ଓ ଡଃ ନବୀନ ବୋଡ଼ୋନାୟକ୍ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ” ଓଡ଼ିଶା ଖ୍ରୀଷ୍ଟିଆନ ଲିଡରସିପ କାନକ୍ଳେଭ” ନାମକ ଏକ ବୈଠକ ଭୁବନେଶ୍ୱରର ହୋଟେଲ ହିନ୍ଦୁସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକର ମୂଳ ବିଷୟବସ୍ତୁ ଥିଲା “ଏକତାର ବର୍ଷ” ।
ଓଡ଼ିଶାରେ ବାସ କରୁଥିବା ଓଡ଼ିଆ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଥିବା କିଛି ସମସ୍ୟା ଓ ଏହାର ସମାଧାନ ସମ୍ବନ୍ଧରେ, ସେମାନଙ୍କର ସରକାରୀ କର୍ମଚାରୀଙ୍କ ମଧ୍ୟରେ ହେଉଥିବା ଆଲୋଚନା ଓ ପର୍ଯ୍ୟଲୋଚନା କୁ ଅଧିକ ପ୍ରୋତ୍ସାହନ ଯୋଗାଇବା ହି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା, ଏଣୁ ଖ୍ରୀଷ୍ଟିଆନ କମୁନିଟି ର ସଦସ୍ୟ ମାନେ, ନୂତନ ବର୍ଷ ଅବସରରେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି, ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ଆଗତ ଭବିଷ୍ୟତର ଯୋଜନା ମଧ୍ୟ କରିଥିଲେ।
ଏଠାରେ ଖ୍ରୀଷ୍ଟିଆନ୍ କମ୍ୟୁନିଟି ର ପ୍ରାୟ ୩୦୦ ସଦସ୍ୟ ଯୋଗ ଦେଇଥିଲେ, ଯେଉଁଥିରେ ବିଭିନ୍ନ ନାମର ବିଶୋପ, ବୁଦ୍ଧିଜୀବୀ, ଧର୍ମଯାଜକ, ଯୁବବର୍ଗ, ନାରୀନେତ୍ରୀ ଏବଂ ଖ୍ରୀଷ୍ଟିଆନ କମ୍ୟୁନିଟି ର ଛାତ୍ରଛାତ୍ରୀ ମାନେ ଅନ୍ତର୍ଭୁକ୍ତ ଥିଲେ।୩୦ ଟି ଜିଲ୍ଲାରୁ ତଥା ଅଧିକାଂଶ ରାଜ୍ୟର ଦକ୍ଷିଣ ଭାଗରୁ ନେତା ଓ ନେତ୍ରୀ ମାନେ ଉପସ୍ଥିତ ଥିଲେ ଯେଉଁଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟା ଅଛି |ସେମାନେ ସମାଜର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅବସ୍ଥାର ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଟି ଡଃ ପଲ୍ଲବ କୁମାର ଲିମ୍ମା ଙ୍କ ପରିଚାଳନାରେ ହୋଇଥିବା ବେଳେ, ଆର୍କ ବିଶାପ ଜନ ବରୱା, ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡେଇ, ଗ୍ରାମ୍ୟ ଉନ୍ନୟନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ତଥା କୌଶଳ ବିକାଶ ମନ୍ତ୍ରୀ, ଶ୍ରୀଯୁକ୍ତ ଲେନିନ ମହାନ୍ତି, ଚେୟାରମ୍ୟାନ ଓଟିଡିସି, ଶ୍ରୀ ଦିଲ୍ଲୀପ ତିର୍କି, ସଭାପତି ହକି ଇଣ୍ଡିଆ,ଓଡ଼ିଆ ସିନେମା ନିର୍ଦେଶକ ସୁଶାନ୍ତ ମଣି, ଅଭିନେତା ସୌମେଶ ମହାନ୍ତି, ଉଦ୍ୟୋଗପତି ରାହଲନ, ମହିଳା କମିଶନ ସଦସ୍ୟା ଜେଲିନା ପ୍ରିୟଦର୍ଶିନୀ ଓ ଶ୍ରୀଯୁକ୍ତ ରୁଦ୍ର ନାରୟଣ ସାମନ୍ତରାୟ, ଯୁଗ୍ମ ସମ୍ପାଦକ, ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର) ଆଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.