ଏହି ସହାୟତା ସତ୍ୟା ଓ ରାଓ ରାମେଲା ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଛି
ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତର ଆର୍ଥିକ ପ୍ରତିବନ୍ଧକ ଥିବା ଛାତ୍ରମାନେ ସିଆଟଲ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ଲ ରୁ ମାଷ୍ଟର ଅଫ୍ ଲ (ଏଲଏଲଏମ୍) ପ୍ରୋଗ୍ରାମ ନିମନ୍ତେ ଏକ ସ୍ନାତକ ଆଇନ ଡିଗ୍ରୀ ପାଇବା ପାଇଁ ସହାୟତା ପାଇପାରିବେ, ଯାହାକି ସତ୍ୟା ଆଣ୍ଡ ରାଓ ରେମାଲା ଫ୍ୟାମିଲି ଫାଉଣ୍ଡେସନର ସହାୟତା ଦ୍ୱାରା ସମ୍ଭବ ହୋଇପାରିଛି ।
ଏହି ପ୍ରୋଗ୍ରାମ – ଯାହାର ନାମ ହେଉଛି ରେମାଲା ଫ୍ୟାମିଲି ସ୍କଲାରସିପ୍ ପ୍ରତି ବର୍ଷ ଜଣେ ଭାରତୀୟ ଛାତ୍ରଙ୍କୁ ଫୁଲ୍ ଟ୍ୟୁସନ ସ୍କଲାରସିପ୍ ପ୍ରଦାନ କରୁଛି । ଏହି ସ୍କଲାରସିପ୍ ମେଧାବୀ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ରହିଛି ଯେଉଁମାନଙ୍କର ଆର୍ଥିକ ସମସ୍ୟା ରହିଛି । ଟ୍ୟୁସନ ସହିତ, ରେମାଲା ପରିବାର ଫେଲୋ ଆକାଡେମିକ୍ ସହାୟତା ଓ ଦିଗଦର୍ଶନ ପାଇପାରିବେ ଯାହା ଦ୍ୱାରା ସେମାନେ ନିଜର ସଫଳତାକୁ ସୁନିଶ୍ଚିତ କରିପାରିବେ ।
“ଆମେ ସିଆଟଲ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ଲ ର ପ୍ରଚେଷ୍ଟାକୁ ସହାୟତା ପ୍ରଦାନ କରିଥିବାରୁ ଅତ୍ୟନ୍ତ ଗର୍ବିତ ମନେ କରୁଛୁ । ଏହା ଦ୍ୱାରା ଭାରତ ଓ ଏହାର ଭବିଷ୍ୟତର ଆଇନ ଅଭ୍ୟାସକାରୀଙ୍କ ମଧ୍ୟରେ ଏକ ସେତୁ ସ୍ଥାପନ କରାଯାଇପାରିବ ।” ବୋଲି କହିଛନ୍ତି ରାଓ ରେମାଲା, ଯିଏକି ତାଙ୍କର ସ୍ତ୍ରୀ ସତ୍ୟାଙ୍କ ସହିତ ଫାଉଣ୍ଡେସନର ମୂଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସ୍କଲାରସିପ୍ ସହାୟତାରେ ଆମର ପରିବାର ଫାଉଣ୍ଡେସନର ପ୍ରଚେଷ୍ଟା ସଫଳ ହୋଇପାରିଛି । ଏହା ସହାୟତାରେ ଭାରତୀୟ ଛାତ୍ରମାନେ ଫାଷ୍ଟ-ରେଟ୍ ହାୟର ଏଡୁକେସନ ପ୍ରୋଗ୍ରାମର ସୁବିଧା ଲାଭ କରିପାରୁଛନ୍ତି, ଯଦ୍ୱାରା ସେମାନେ ନିଜର ଜୀବନର ମାନରେ ଉନ୍ନତି ଆଣିପାରିବେ ।”
“ରେମାଲା ଫ୍ୟାମିଲି ସ୍କଲାରସିପ୍ ଆମକୁ ଭାରତର ଆଇନର ଆଗାମୀ ପୀଢ଼ିର ଲିଡରଙ୍କୁ ଶିକ୍ଷା ପ୍ରଦାନ କରିବା ଓ ଆକର୍ଷିତ କରିବାରେ ସହାୟତା କରିବ” ବୋଲି କହିଛନ୍ତି ଆନ୍ଥୋନି ଇ. ଭରୋନା, ଆଇନ ସ୍କୁଲର ଡିନ୍ । “ରେମାଲା ଫ୍ୟାମିଲି ଫେଲୋ ଯେଉଁମାନେ ଆଗାମୀ ବର୍ଷରେ ଏହି ସ୍କଲାରସିପ୍ ପ୍ରାପ୍ତ କରିବେ ସେମାନେ ସିଆଟଲ୍ ୟୁ ଲ ରେ ଜୀବନ ପରିବର୍ତନକାରୀ ସୁଯୋଗ ପାଇପାରିବେ ଓ ନିଜର କ୍ୟାରିୟରକୁ ଆଗକୁ ନେଇ ପାରିବେ ଓ ଏହା ସହାୟତାରେ ତାଙ୍କର ଗୋଷ୍ଠୀମାନେ ଉପକୃତ ହୋଇପାରିବେ । ଏହା ସହିତ, ସିଆଟଲ୍ ୟୁନିଭର୍ସିଟିରେ ଏହି ସ୍କଲାର ମାନଙ୍କର ଉପସ୍ଥିତି ଆମର ବୌଦ୍ଧିକ ଜୀବନରେ ଉନ୍ନତି ଆଣିବ ଓ ସର୍ବ ବୃହତ ଗଣତନ୍ତ୍ର ଭାରତ ସହିତ ନିବିଡତାରେ ଉନ୍ନତି ଆଣିବ ।”
ସିଆଟେଲ୍ ୟୁ ଲ ର ଏଲଏଲଏମ୍ ପ୍ରୋଗ୍ରାମ ଦୁଇଟି ବିକଳ୍ପ ପ୍ରଦାନ କରୁଛି । ଟେକ୍ନୋଲୋଜି, ନୂତନତା ଓ ଉଦ୍ୟୋଗିତାରେ ଏକ ଟେକ୍ ଫୋକସଡ୍ ଏଲଏଲଏମ୍ ଯାହା ଲୟାର ଓ ସଦ୍ୟ ଆଇନ ସ୍ନାତକ ମାନଙ୍କୁ ବିଭିନ୍ନ ପ୍ରକାର ଆଇନଗତ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାରେ ସହାୟତା କରିବ ଯେଉଁଥିରେ ରହିଛି ପ୍ରାଇଭେସି ଲ, ଡାଟା ଓ ସାଇବର ସିକ୍ୟୁରିଟି, ଇଂଟରନେଟ୍ ଲ୍ ଓ ଡିଜିଟାଲ୍ କମର୍ସ, ଫାଇନାନ୍ସିଆଲ୍ ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ । ଆହୁରି ମଧ୍ୟ ଆମେରିକାନ୍ ଲିଗାଲ୍ ଷ୍ଟଡିଜରେ ଜେନେରାଲ୍ ଏଲଏଲଏମ ଉପଲବ୍ଧ ରହିଛି ଯାହାକି ବିଦେଶୀ ତାଲିମପ୍ରାପ୍ତ ଲୟାର ଓ ଅଣ ୟୁଏସ ଲ ସ୍କୁଲର ଗ୍ରାଜୁଏଟ ମାନଙ୍କୁ ସେବା ପ୍ରଦାନ କରିଥାଏ ଯେଉଁମାନେ ୟୁ.ଏସ. ଆଇନକୁ ଜାଣିବାକୁ ଚାହୁଁଛନ୍ତି ଏବଂ/ କିମ୍ବା ୟୁନାଇଟେଡ୍ ଷ୍ଟେଟ୍ସରେ ଆଇନ ଅଭ୍ୟାସ କରିବାକୁ ଚାହୁଁଛନ୍ତି ।
“ଭାରତରେ କମର୍ସ ଓ ଟେକ୍ନୋଲୋଜିର ଗ୍ଲୋବାଲାଇଜଡ୍ ପ୍ରକୃତି ଅର୍ଥାତ୍ ଆଟୋର୍ଣ୍ଣିଙ୍କର ଆନ୍ତଃ ସୀମା ଆଇନଗତ ସମସ୍ୟାର ପରିଚାଳନା ପାଇଁ ଅଭିଜ୍ଞତା ରହିଥିବା ଆବଶ୍ୟକ । ସିଆଟଲ୍ ୟୁ ଲ ର ଏଲଏଲଏମ୍ ପ୍ରୋଗ୍ରାମର ଛାତ୍ରମାନେ ଏହି ସବୁ ବିଷୟରେ ମୂଲ୍ୟବାନ ଜ୍ଞାନ ଓ ତାଲିମ୍ ଆହରଣ କରିପାରିବେ,” ବୋଲି କହିଛନ୍ତି ସିତଲ କାଲାନ୍ତ୍ରି, ଗ୍ରାଜୁଏଟ୍ ଷ୍ଟଡିଜ ଓ ଇଂଟରନାସନାଲ୍ ପ୍ରୋଗ୍ରାମର ଆସୋସିଏଟ୍ ଡିନ୍ ଓ ଆସୋସିଏଟ୍ ପ୍ରଫେସର ଅଫ୍ ଲ ।
ରେମାଲା ଫ୍ୟାମିଲି ସ୍କଲାରସିପ୍ ଆପ୍ଲିକେସନ ସିଆଟଲ୍ ୟୁ ଲ ର ୱେବସାଇଟରେ ପୋଷ୍ଟ ହୋଇଛି ।
ସିଆଟଲ୍ ୟୁନିଭର୍ସିଟିର ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପ୍ରତିନିଧିଦଳ ନିକଟରେ ଭାରତ ପରିଦର୍ଶନ କରିଥିଲେ ଯେଉଁଥିରେ ରହିିଥିଲେ ପ୍ରେସିଡେଂଟ ପେନାଲଭେର, ଲ ସ୍କୁଲର ଡିନ୍ ଆନ୍ଥୋନି ଇ ଭାରୋନା, ଇଞ୍ଜିନିୟରିଂ ସ୍କୁଲର ଡିନ୍ ଅମିତ୍ ଶୁକ୍ଳା, ବିଜନେସ୍ ସ୍କୁଲର ଡିନ୍ ଜୋଏ ଫିଲିପ୍ସ ଓ ବିଜନେସ୍ ସ୍କୁଲର ଭାଇସ୍ ଡିନ୍ ମଧୁ ରାଓ । ସେମାନେ ବିଭିନ୍ନ ଷ୍ଟେକହୋଲଡର, ପଲିସି ନିର୍ମାତା ଓ ଶିକ୍ଷା ଲିଡ଼ରଙ୍କ ସହିତ ସାକ୍ଷାତ କରିଥିଲେ ଯଦ୍ୱାରା ଅନୁଷ୍ଠାନର ଦେଶ ସହିତ ସମ୍ପର୍କ ଆହୁରି ଅଧିକ ଦୃଢ଼ୀଭୂତ ହୋଇପାରିବ ।
ଇଣ୍ଡିଆ ସେଂଟର ଫର୍ ଲ ଆଣ୍ଡ ଜଷ୍ଟିସ୍, ଯାହାକୁ କାଲାନ୍ତ୍ରି ପ୍ରତିଷ୍ଠା କରିଛନ୍ତି ଏବଂ ଏହା ସିଆଟଲ୍ ୟୁ ଲ ଠାରେ ରହିଛି ଯାହାକି ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ ଭାରତ ସହିତ ସମ୍ପର୍କକୁ ଦୃଢ଼ୀଭୂତ କରିଥାଏ ଓ ଭାରତ ଏବଂ ୟୁଏସରେ ଥିବା ପ୍ରଖ୍ୟାତ ବକ୍ତା, ଆଇନଗତ ସ୍କଲାର ଓ ଲୟାରମାନଙ୍କୁ ଏକତ୍ରିତ କରିଥାଏ । ଏହା ମଧ୍ୟ ନୂତନ ଫାଷ୍ଟ ଟ୍ରାକ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମର ବିକାଶ ଭାରତର ଅଗ୍ରଣୀ ଆଇନ୍ ସ୍କୁଲ ସହିତ କରିଥାଏ – ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛନ୍ତି ଜିନ୍ଦଲ ଗ୍ଲୋବାଲ୍ ଲ ସ୍କୁଲ୍ – ଯେଉଁଠାରେ ଛାତ୍ରମାନେ ଉଭୟ ଭାରତୀୟ ଆଇନ ଡିଗ୍ରୀ ଓ ଆମେରିକାନ୍ ଆଇନ ଡିଗ୍ରୀକୁ ପ୍ରାପ୍ତ କରିପାରିବେ ।
ଦି ସତ୍ୟା ଆଣ୍ଡ ରାଓ ରେମାଲା ଫ୍ୟାମିଲି ଫାଉଣ୍ଡେସନକୁ ରାଓ ରେମାଲା ଓ ତାଙ୍କର ସ୍ତ୍ରୀ ସତ୍ୟା ଦ୍ୱାରା ପ୍ରତିଷ୍ଠା କରାଯାଇଛି ଓ ତାଙ୍କର ଝିଅ ଶ୍ରୀଲତା ଓ ଶ୍ରୀଲକ୍ଷ୍ମୀ ଦୈନନ୍ଦିନ କାର୍ଯ୍ୟକ୍ରମର ପରିଚାଳନା କରୁଛନ୍ତି । ମୂଳତଃ ଭାରତୀୟ, ରାଓ ବିଶେଷ ଭାବରେ ତାଙ୍କର ଶିକ୍ଷା ଦ୍ୱାରା ଉପକୃତ ହୋଇଛନ୍ତି । ସେ ୧୯୮୧ ରେ ମାଇକ୍ରୋସଫ୍ଟରେ କାମ କରିବା ପାଇଁ ୟୁନାଇଟେଡ୍ ଷ୍ଟେଟ୍ସକୁ ଯାତ୍ରା କରିଥିଲେ ଓ ସାମଗ୍ରୀକ ଭାବରେ ୨୯ତମ କର୍ମଚାରୀ ହୋଇଥିଲେ ଓ ସେ ଦକ୍ଷିଣ ଏସିଆରୁ ପ୍ରଥମ ବ୍ୟକ୍ତି ଥିଲେ । ତାଙ୍କର ୨୧ ବର୍ଷର କ୍ୟାରିୟର ମଧ୍ୟରେ, ସେ ପ୍ରତ୍ୟକ୍ଷ ଭାବରେ ବିଲ୍ ଗେଟ୍ସଙ୍କୁ ରିପୋର୍ଟ କରୁଥିଲେ ଓ କମ୍ପାନୀର ଅନେକ ଜଣାଶୁଣା ଉତ୍ପାଦରେ କାମ କରିଛନ୍ତି ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ୱିଣ୍ଡୋଜ୍ ଓ ଅଫିସ୍ । ମାଇକ୍ରୋସଫ୍ଟରୁ ଅବସର ନେବା ପରେ, ସେ ତାଙ୍କର ଧ୍ୟାନ ଆଞ୍ଜେଲ୍ ଇନଭେଷ୍ଟିଂ ଓ ପରୋପକାରିତା ଉପରେ ତାଙ୍କର ପରିବାରର ଫାଉଣ୍ଡେସନ ମାଧ୍ୟମରେ ପ୍ରଦାନ କରିଥିଲେ । ସେ ବର୍ତମାନ କ୍ରୋନସ୍ ଭେଂଚର୍ସ, ଏକ ବେଲେଭ୍ୟୁ ଭିତିକ ଭେଂଚର କ୍ୟାପିଟାଲ୍ ଫର୍ମ ସହିତ ଜଡିତ ରହିଛନ୍ତି ଯାହାକି ପୂର୍ବତନ ମାଇକ୍ରୋସଫ୍ଟ ଏକ୍ଜିକ୍ୟୁଟିଭଙ୍କ ଦ୍ୱାରା ସ୍ଥାପନ କରାଯାଇଛି ।