ମାହାଙ୍ଗାରେ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

0 2

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ  ବିଜୁ ବାବୁଙ୍କ ସହ ଅନୁଭୂତି ବଖାଣିଲେ ବିଧାୟକ

ମାହାଙ୍ଗା (ଦେବେନ୍ଦ୍ର ଷଢଙ୍ଗୀ) : ମାହାଙ୍ଗା ବ୍ଲକ ଜବାହାରଲାଲ ନେହେରୁ ମହାବିଦ୍ୟାଳୟ କୁଆଁପାଳ ବଣୁଆ ପଡ଼ିଆ ପରିସରରେ ବିଜୁ ଜନତା ଦଳର ଓଡ଼ିଶା ସେବାରେ ୨୫ ବର୍ଷ ପୂର୍ତି ୨୬ତମ ପ୍ରତିଷ୍ଠା ଉତ୍ସବ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଂଚଳବାସୀ ବିଜୁ ଜନତା ଦଳ କର୍ମୀମାନଙ୍କ ଙ୍କ ସମାଗମରେ ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦେବାଶିଷ ସାମନ୍ତରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗଦାନ କରି ବିଜେଡ଼ି ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରିପାରିଛନ୍ତି ଯାହାପାଇଁ ଆଜି ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏପରିକି ବିଜୁ ବାବୁଙ୍କ ପରି ଜନନାୟକ ଙ୍କ ଚିନ୍ତାଧାରା ଯାହାଥିଲା କେବଳ ଲୋକଙ୍କ ସେବା ତାହା ଆଜି ପୂରଣ ହୋଇପାରିଛି, ଯାହାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରିଆସୁଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି,ବିଧାୟକ ଶ୍ରୀ ଜେନାଙ୍କ ବ୍ୟକ୍ତିଗତ ସଚିବ ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ,ସରପଂଚ,ସମିତିସଭ୍ୟ, ବିଜୁ ଜନତା ଦଳ ବ୍ଲକ ସଭାପତି, ସମ୍ପାଦକ ଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.