ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଶ୍ଚିନ୍ତକୋଇଲି ରେ ସାଇ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟିତ

0

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ)-ନିଶ୍ଚିନ୍ତକୋଇଲି ବଜାର ନିକଟରେ ଲୋକମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ସାଇ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଆନୁଷ୍ଠାନିକ ଭାବେ ହସ୍ପିଟାଲ କୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି ହସ୍ପିଟାଲ ରେ ଜେନେରାଲ ସର୍ଜରୀ, ଅର୍ଥୋପେଡ଼ିକ୍ ସର୍ଜରୀ, ଗାଇନାକୋଲୋଜି ସର୍ଜରୀ, କର୍ଣ୍ଣ, ନାଶା ଓ ଗଳା ସର୍ଜରୀ, ଲାପ୍ରୋସ୍କୋପିକ୍ ସର୍ଜରୀ କରାଯିବା ସହିତ ଅଭିଜ୍ଞ ଡ଼ାକ୍ତର ମାନଙ୍କ ଦ୍ୱାରା ସମସ୍ତ ରୋଗର ଚିକିତ୍ସା କରାଯିବ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଜନନୀ ସୁରକ୍ଷା ଯୋଜନା କାର୍ଡ଼ ସେବା ଉପଲବ୍ଧ ରହିବ । ତେଣୁ ଏହି ହସ୍ପିଟାଳ ହେବା ଦ୍ୱାରା ସ୍ଥାନୀୟ ଅଂଚଳର ସମସ୍ତ ଜନସାଧାରଣ ଉତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ବହୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଜେନାଙ୍କ ସହ ହସ୍ପିଟାଲର ମୁଖ୍ୟ ଅଶୋକ କୁମାର ଓଝା, ଡ଼ଃ.କିଶୋର ଚନ୍ଦ୍ର ମହାନ୍ତି, ବିଜୁ ଜନତା ଦଳ ବ୍ଲକ ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ସବିତା ଓଝା, ସମାଜସେବୀ ବ୍ରଜମୋହନ ପଣ୍ଡା, ପ୍ରମୋଦ ସ୍ୱାଇଁ ଙ୍କ ସମେତ ହସ୍ପିଟାଲର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.