୧୪ ମାସ ପରେ ଗରଜିଲେ ପ୍ରଦୀପ୍ତ : କଂଗ୍ରେସ ସଂଗଠନକୁ ମଝବୁତ୍ କରିବା ପାଇଁ ଶପଥ

0

“ବିଜେଡ଼ି-ବିଜେପି କୁ ଶୁଆଇ ଦିଆଯିବ ନାହିଁ “

ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ)- ନିଶ୍ଚିନ୍ତକୋଇଲି ବ୍ଲକ ତରତଶାସନ ଗ୍ରାମପଂଚାୟତ ଦାମୋଦରପୁର ଲଙ୍ଗୁଳି ମହାପୁରୁଷ ଙ୍କ ପୀଠରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବବର୍ଷ ଅବସରରେ ବନ୍ଧୁମିଳନ ଉତ୍ସବ ଏବଂ ଗରିବ ଜନସାଧାରଣମାନଙ୍କୁ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । । ସୂଚନାଥାଉକି ୧୪ମାସ ହେବ କଂଗ୍ରେସ ଦଳରୁ ଶ୍ରୀ ପ୍ରଦିପ୍ତଙ୍କୁ ନିଲମ୍ବନ କରାଯାଇଥିଲା , ୧୪ମାସ ପରେ ଡ଼ିସେମ୍ବର ୨୦୨୨ ରେ କଂଗ୍ରେସ ଦଳ ପକ୍ଷରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ନିଲମ୍ବନ ପ୍ରତ୍ୟାହାର ପରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ ଏକ ସଭାକାର୍ଯ୍ୟ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଆଉ ଶ୍ରୀ ଦାସ ପ୍ରକାଶ କରିଛନ୍ତି କି, ୧୪ମାସ ହେବ ମୁଁ ବନବାସ ଯାଇଥିଲି ଆଉ ଆଜି ମୁଁ ଆସିଯାଇଛି ବିଜେଡ଼ି ଓ ବିଜେପି ଦଳର ଦୁର୍ନୀତି କୁ ପର୍ଦ୍ଦାଫାସ କରିବା ସହିତ ବିଜେପି ଓ ବିଜେଡ଼ିକୁ ଶୁଆଇଦେବେ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି । ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଅପାରଗ ସରକାର ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତାମାନେ ଯୋଗଦାନ କରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମ୍ପାଦକ ପ୍ରଦୀପ୍ତ କୁମାର ଦାସଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଆଉ ଆଗାମୀ ଦିନରେ ହାତରେ ହାତ ମିଶାଇ କଂଗ୍ରେସ ର ସଂଗଠନକୁ ମଝବୁତ୍ କରି କଂଗ୍ରେସ କୁ ବିଜୟ ର ସ୍ୱାଦ ଚଖାଇବା ପାଇଁ ମାରାଥନ ସଂଗ୍ରାମ ଜାରି ରଖିବେ ବୋଲି ସମସ୍ତ କଂଗ୍ରେସ କର୍ମୀମାନେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଯୋଗଦାନ କରି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.