ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନ ତଥା ଆଦରଣୀୟ ହୀରା ବା ଅହମ୍ମଦାବାଦର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ 99 ବର୍ଷ ହୋଇଥିଲା | କିଛି ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ବୁଧବାର ଅହମ୍ମଦାବାଦସ୍ଥିତ ‘ୟୁଏନ୍ ମେହେଟା ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଆଣ୍ଡ ରିସର୍ଚ୍ଚ ସେଣ୍ଟର’ରେ ଭର୍ତ୍ତି କରାଯାଇଥିଲା। | ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା | ଆଜି ଗାନ୍ଧିନଗର ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି | ପ୍ରଧାନମନ୍ତ୍ରୀ ମାତାଙ୍କ ଶବକୁ କାନ୍ଧ ଦେଇଥିବା ବେଳେ ତାଙ୍କର ଅନ୍ୟ ଭାଇ ମୁଖାଗ୍ନି ପ୍ରଦାନ କରିଛନ୍ତି | ପ୍ରଧାନମନ୍ତ୍ରୀ ତାଙ୍କ ମାତାଙ୍କ ଦେହାନ୍ତରେ ଟୁଇଟ କରି କହିହଛନ୍ତି ଯେ “ଏକ ଗୌରବମୟ ଶତାବ୍ଦୀ ଭଗବାନଙ୍କ ପାଦତଳେ ବିରାମ ନେଲା … ମା’ ଭିତରେ ମୁଁ ସର୍ବଦା ଅନୁଭବ କରିଥିଲି ଯେ ତ୍ରିଶକ୍ତି, ଯେଉଁଥିରେ ଏକ ତପସ୍ୱୀଙ୍କ ଜୀବନ ଯାତ୍ରା, ଏକ ନିସ୍ୱାର୍ଥପର କର୍ମାୟୋଗୀଙ୍କ ପ୍ରତୀକ ଏବଂ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ଜୀବନ ଧାରଣ କରିବାର ସମାହାର ଥିଲା |
“शानदार शताब्दी का ईश्वर चरणों में विराम… मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है।”
Sign in
Sign in
Recover your password.
A password will be e-mailed to you.