ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଳାଙ୍କ ଉପରେ ଭିଜିଲାନ୍ସଙ୍କ ଚଢ଼ାଉ

0

ଜଗତସିଂହପୁର,/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ରାଜସ୍ବବିଭାଗର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଚିତ୍ତରଞ୍ଜନ ପିଳାଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଥିବା ତାଙ୍କ କାର୍ଯ୍ୟଳୟ ସମେତ ରାଜ୍ୟର ୯ଟି ସ୍ଥାନରେ ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସେହିପରି ଭୁବନେଶ୍ୱରର ମଞ୍ଚେଶ୍ୱର ,ଚନ୍ଦକା ,ବାଲେଶ୍ୱର ,ସୋନପୁର ଓ ନିଜ ପୈତୃକ ଗ୍ରାମ ବାଲେଶ୍ୱର ଜିଲ୍ଲାର ବାଲିଆପାଳର ନଈଘାଟିଠାରେ ମଧ୍ୟ ଚଢ଼ାଉ ଜାରି ରହିଛି ।ଏ ପର୍ଯ୍ୟନ୍ତ ସୁଧା ତାଙ୍କ ସମ୍ପତ୍ତିର ସଠିକ ଆକଳନ ସରି ନ ଥିବା ବେଳେ ପ୍ରାରଂବିକ ସୂଚନାରୁ ବିପୁଳ ପରିମାଣରେ ସମ୍ପତି ଥିବା ସୂଚନା ମିଳୁଛି । ଏହି ଭିଜିଲାନ୍ସ ରେଡ଼ରେ ୨ ଜଣ ଡିଏସପି, ୧୪ ଜଣ ଇନ୍ସପେକ୍ଟର ,୬ ଜଣ ASI ଓ ଅନ୍ୟାନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି । ଚଢ଼ାଉ ଶେଷ ପରେ ସମ୍ପୂର୍ଣ ତଥ୍ୟ ପଦାକୁ ଆସିବ ବୋଲି କହିଛନ୍ତି l ପରବର୍ତ୍ତୀ ଅପଡେଟ୍ ୪ ଫ୍ଲାଟ, ଦୁଇ ମହଲା ବିଶିଷ୍ଟ ଘର, ୬ ପ୍ଲଟ୍, ପାଞ୍ଚ ୪/୨ ଚକିଆ ଯାନ ସହିତ ଶ୍ରୀ ଚିତ୍ତରଂଜନ ପିଳା(ଡେପୁଟି କଲେକ୍ଟର)ଙ୍କ ଘରୁ ସଂଗ୍ରହ କରାଯାଇଥିଲା l ଘର ଅନୁସନ୍ଧାନ ସମୟରେ ସେ ସମସ୍ତ ସମ୍ପତ୍ତି ଶ୍ରୀ ପିଳା ଓ ତାଙ୍କ ପରିବାର ସଦସ୍ୟଙ୍କର ସଂଯୋଗରେ ଥିଲା l

Leave A Reply

Your email address will not be published.