ମହିଳା ସ୍ନାତକ ମହାବିଦ୍ୟାଳୟ ଏନଏସଏସ ତରଫରୁ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦଯାପିତ

0

ନବରଙ୍ଗପୁର/ଅଶୋକ ସାହୁ : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ସପ୍ତାହ ବ୍ୟାପୀ ଚାଲିଥିବା ଶୀତକାଳୀନ ସ୍ବତନ୍ତ୍ର ଶିବିରର ଉଦ୍ଯାପନ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ବରୀ ସାହୁ ସଭାପତିତ୍ବ କରି ସ୍ଵେଚ୍ଛାସେବୀମାନଙ୍କୁ ସମାଜର ଉନ୍ନତି ଦିଗରେ ରହିଥିବା ଯୁବପୀଢିଙ୍କ ଗୁରୁ ଦାୟିତ୍ବ ସଂପର୍କରେ ଉଦବୋଧନ ଦେଇଥିଲେ । ମୁଖ୍ଯ ଅତିଥି ଭାବେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜାତୀୟ ସେବା ଯୋଜନା ଉପଦେଷ୍ଟା ସମିତିର ସଭ୍ୟ ଶ୍ରୀଯୁକ୍ତ ରାଜୀବ ଜାଲ ଆସନ ଅଳଙ୍କୃତ କରିଥିଲେ ।”ମାନବ ସେବା ହିଁ ମାଧବ ସେବା” ଏଇ ମର୍ମଟିକୁ ଖୁବ ସୁନ୍ଦର ଭାବରେ ବୁଝାଇବା ସହିତ ନିଃସ୍ବାର୍ଥପର ସେବା ଦେଇ ସମାଜର କଲ୍ୟାଣ କରିବା ସଂପର୍କରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.